ତହସିଲଦାରଙ୍କ ଦ୍ୱାରା ବୁଗୁଡା ବ୍ଳକର ଧାନ ମଣ୍ଡି ଉଦଘାଟନ

0
64

ବୁଗୁଡା , ୩/୧/୨୫ : ଗଞ୍ଜାମ ଜିଲ୍ଲାର ଗୁଗୁଡା ବ୍ଳକ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମରେ ଜାନୁଆରୀ ୩ ତାରିଖ ଦିନ ବୁଗୁଡା ବ୍ଲକ ସ୍ତରୀୟ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ବୁଗୁଡା ତହସିଲଦାର ଓ ବିଡିଓ ତାପସ ରାଉତ ଏହି ଧାନ ମଣ୍ଡିକୁ ଉଦଘାଟନ କରିଥିଲେ। ବୁବୁଡା ବ୍ଲକ ମାର୍କେଟିଙ୍ଗ ଅଫିସର ତମ୍ପାଇ ମାରାଣ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆସିକା ସମବାୟ ସମିତିର ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ଗୋଳାବନ୍ଧ ସେବା ସମବାୟ ସମିତିର ସଭାପତି ବସନ୍ତ କୁମାର ସାମଲ, ଗୋଳାବନ୍ଧ ସମିତି ମେମ୍ବର ଜିତେନ୍ଦ୍ର କୁମାର ସ୍ୱାଇଁ, ଗୋଳାବନ୍ଧ ସେବା ସମବାୟ ସମିତିର ପୂର୍ବତନ ସଭାପତି ବୀର ବିକ୍ରମାଦିତ୍ୟ ଆରୁଖ, ଶଙ୍କୁରୁ ସରପଞ୍ଚ ସୁଶାନ୍ତ କୁମାର ରାଉତ, ବୁଗୁଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ଗୋଳାବନ୍ଧ ସେବା ସମବାୟ ସମିତିର ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ଜେନା, ମିଲ ମାଲିକ ସଙ୍ଘ ସଭାପତି ଗୌରାଙ୍ଗ ଚରଣ ଦାଶ ଓ ଶଙ୍କୁରୁ ର ପୂର୍ବତନ ସରପଞ୍ଚ ଶଙ୍କର୍ଷଣ ରାଉତ ମଞ୍ଚାସୀନ ଥିଲେ। ବୁଗୁଡା ବ୍ଳକର ସମସ୍ତ ସେବା ସମବାୟ ସମିତିର ସମ୍ପାଦକ ଓ ଡାଟା ଇଣ୍ଟ୍ରି ଅପରେଟର ବୃନ୍ଦଙ୍କ ସମେତ ଗୋଳାବନ୍ଧ ଓ ଶଙ୍କୁରୁ ପଞ୍ଚାୟତର ଚାଷୀମାନେ ଉପସ୍ଥିତ ଥିଲେ। ଗୋଳାବନ୍ଧ ସେବା ସମବାୟ ସମିତି ସମ୍ପାଦକ ରଞ୍ଜନ କୁମାର ସ୍ୱାଇଁ ଓ ଗୋଲିଆ ସେବା ସମବାୟ ସମିତି ସମ୍ପାଦକ ଶିବ ଶଙ୍କର ମହାପାତ୍ର ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here