ଭୁବନେଶ୍ୱର, ୦୩/୦୧/୨୦୨୫ :
ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଭାବେ ଡ଼କ୍ଟର ହରି ବାବୁ
କୁମ୍ଭମପତି ଶପଥ ନେବା ସହିତ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ୧୦ଘଣ୍ଟା ୧୫ମିନିଟ ସମୟରେ ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଚକ୍ରଧାରୀ ଶରଣ ସିଂ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଡକ୍ଟର କମ୍ୟାଟି ଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରାରମ୍ଭରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ରାଷ୍ଟ୍ରପତିଙ୍କ ସ୍ଵାକ୍ଷରିତ
ନିଯୁକ୍ତିପତ୍ର ପାଠ କରିଥିଲେ। ଶପଥ ପାଠ ପରେ ମୁଖ୍ୟ ଶାସନ ସଚିବ ରାଜ୍ୟପାଳଙ୍କ ଅନୁମତି ପ୍ରାପ୍ତ ପରେ ଉତ୍ସବର ପରିସମାପ୍ତି ଘୋଷଣା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ମଧ୍ୟ ଏହି ଅବସରରେ ମଞ୍ଚାସୀନ ଥିଲେ। ଶପଥ ଗ୍ରହଣ ପରେ ନବ ନିଯୁକ୍ତ ରାଜ୍ୟପାଳଙ୍କ ସମ୍ମାନାର୍ଥେ ରାଜଭବନ ପରିସରରେ ଗାର୍ଡ଼ ଅଫ୍ ଅନର ପୋଲିସ୍ ବାହିନୀ ପକ୍ଷରୁ ପ୍ରଦାନ କରାଯାଇଥିଲା ।
ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳଙ୍କ ସହଧର୍ମିଣୀ ତଥା ଲେଡ଼ି ଗଭର୍ଣ୍ଣର ଶ୍ରୀମତୀ ଜୟଶ୍ରୀ
କମ୍ଭମ୍ତି ଏବଂ ରାଜ୍ୟପାଳଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ, ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ,
ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ରାଜ୍ୟର ପାର୍ଲିଆମେଣ୍ଟ ସଦସ୍ୟ, ବିଧାୟକଙ୍କ ସହିତ ରାଜ୍ୟ ଏବଂ
ପୋଲିସ୍ ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀ, ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଏନବିଏସ ରାଜପୁତ, ଗଣମାଧ୍ୟମର ପ୍ରତିନିଧି ତଥା ନିମନ୍ତ୍ରିତ ଅତିଥୁ ଏହି ସମାରୋହରେ ଯୋଗ ଦେଇଥିଲେ।