ପୋଲସରା, ୬/୧/୨୫ : ପୋଲସରା ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କ ପାଇଁ ଆଠ ଦିନିଆ ଆତ୍ମ ସୁରକ୍ଷା ତାଲିମ ଶିବିର ଜାନୁଆରୀ ୬ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ଏହି ଆତ୍ମ ସୁରକ୍ଷା ତାଲିମ ଶିବିରକୁ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ପ୍ରଦୀପ କୁମାର ପରମଗୁରୁ ଉଦଘାଟନ କରିଥିଲେ। ଆତ୍ମ ସୁରକ୍ଷା ତାଲିମ ଶିବିର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଡକ୍ଟର ଆଶିଷ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଯୁକ୍ତ ଦୁଇ ପ୍ରଥମ ବର୍ଷ ତଥା ଏକାଦଶ ଶ୍ରେଣୀ ଛାତ୍ରୀମାନଙ୍କୁ ୯ ଟି ଗୃପରେ ବିଭକ୍ତ କରାଯାଇ ତାଲିମ ପ୍ରଦାନ କାରାଯିବ ବୋଲି ପ୍ରୋଗ୍ରାମ ଅଫିସର ଡକ୍ଟର ପ୍ରଧାନ ପ୍ରକାଶ କରିଥିଲେ। ଉଦଘାଟନୀ ଦିବସରେ ସମସ୍ତ ଛାତ୍ରୀ ତାଲିମ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ମାଷ୍ଟର ଟ୍ରେନର ଭାବେ ସୁଜ୍ଞାନୀ ପ୍ରଧାନ ଓ ସୁଚିତ୍ରା ବେହେରା ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ର ବିଭିନ୍ନ କୌଶଳ ବିଷୟରେ ଆଠ ଦିନ ପାଇଁ ତାଲିମ ପ୍ରଦାନ କରିବେ। ଉଦଘାଟନୀ କାର୍ଯ୍ୟକ୍ରମରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡକ୍ଟର ରଞ୍ଜିତା କୁମାରୀ ମିଶ୍ର, ଅଧ୍ୟାପକ ଶିଶିରକାନ୍ତ ବିଷୋୟୀ, ଅଧ୍ୟାପକ ଧନିତ୍ରୀ ନାୟକ ଓ ଅଧ୍ୟାପିକା ସନ୍ଧ୍ୟା କୁମାରୀ ନାୟକ ପ୍ରମୁଖ ଯୋଗଦେଇ ଆତ୍ମା ସୁରକ୍ଷା ତାଲିମର ଆବଶ୍ୟକତା ବିଷୟରେ ପରାମର୍ଶ ଦେଇଥିଲେ।