ବ୍ରହ୍ମପୁର, ୦୭/୦୧/୨୦୨୫:ବିଶିଷ୍ଟ ଶିକ୍ଷାବିତ୍, ଲେଖିକା ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅମିୟ ବାଳା ପଟ୍ଟନାୟକଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୭୮ ବର୍ଷ ହୋଇଥିଲା। ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ।ସେ ଦୃଷ୍ଟିହୀନ ବିଦ୍ୟାଳୟ ର ଅଧ୍ୟକ୍ଷା ଥିଲେ।ଜଣେ ଶିକ୍ଷାବିତ୍ତ, ଦୃଢ ପ୍ରଶାସନ ଓ ସ୍ନେହି ଓ ସ୍ୱଷ୍ଟବାଦୀ ମହିଳା ଭାବେ ସେ ପରିଚିତ ଥିଲେ। ତାଙ୍କର ଉଚ୍ଚ କୋଟିର ସାହିତ୍ୟ, ଲେଖା ଓ ଅନୁବାଦ ପାଇଁ ବହୁ ପ୍ରଶଂସା ଓ ପୁରସ୍କାର ପାଇଥିଲେ।ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।ଛାତ୍ର ଜୀବନରୁ ଏସ ଏଫ ଆଇ ସହିତ ଜଡିତ ଥିଲେ।ଶେଷ ପର୍ଯ୍ୟନ୍ତ ଅନ୍ୟାୟ ଅବିଚାର ବିରୁଦ୍ଧରେ ପ୍ରତିବାଦ କରିବା ଓ ଅଧିକାର ପାଇଁ ଲଢ଼ିବାନୀତିରୁ କେବେବି ପଛକୁ ହଟି ନ ଥିଲେ। ସିପିଏମ ରାଜ୍ୟ ସମ୍ପାଦକ ଅଳି କିଶୋର ପଟନାୟକଙ୍କ ,ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, କୃଷକ ନେତା ଗୋପାଳ ପାଣିଗ୍ରାହୀ ଏବଂ କର୍ମଚାରୀ ନେତା ପ୍ରତାପ ଚୌଧୁରୀ ତାଙ୍କ ବାସଭବନକୁ ଯାଇ ମର ଶରୀରରେ ପୁଷ୍ପ ଗୁଛ ପ୍ରଦାନ କରି ଶେଷ ଦର୍ଶନ କରିଥିଲେ।ତାଙ୍କର ଶୋକ ସଂତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ତାଙ୍କର ମୃତ୍ୟୁ ପ୍ରଗତିଶୀଳ ସାହିତ୍ୟ ଓ ଆନ୍ଦୋଳନ ପାଇଁ ଅପୁରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି।
ସେପରି ସୁଶ୍ରୀ ଅମିୟବାଳା ପଟ୍ଟନାୟକଙ୍କ ବିୟୋଗରେ ଫଲଗୁ ସାହିତ୍ୟ ସଂସଦ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ଅନେକ ପୁସ୍ତକ ସ୍ରଷ୍ଟା ଅନୁବାଦିକା ଅନୁବାଦ ସାହିତ୍ୟ ରଚନା କରି ଛାଡି ଦେଇଗଲେ ଅନେକ ସ୍ୱାକ୍ଷର। ତାଙ୍କ ପରି ଜଣେ ନିରଳସ ନିଷ୍ଠାପର ସାହିତ୍ୟ ସାଧିକାଙ୍କ ବିୟୋଗରେ ଓଡିଆ ଭାଷା ସାହିତ୍ୟର ଏକ ସମୃଦ୍ଧ ସ୍ୱର ନିର୍ବାପିତ ଏବଂ ସାହିତ୍ୟକୁ ଭଲ ପାଉଥିବା ପ୍ରତ୍ୟେକ ମଣିଷ ମ୍ରିୟମାଣ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସୁଶ୍ରୀ ଅମିୟବାଳା ପଟ୍ଟନାୟକଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ଫଲଗୁ ସାହିତ୍ୟ ସଂସଦ ସଦସ୍ୟ ସଦସ୍ୟା ମାନେ କହିଛନ୍ତି। ସାହିତ୍ୟ ସଂସଦ ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ କହିଛନ୍ତି ଯେ ସେ ଥିଲେ ଜଣେ ଉଚ୍ଚକୋଟୀର ଅନୁବାଦିକା ।ଅନେକ ଭାଷା ପ୍ରତି ଆଗ୍ରହ ରଖି ଥିବା ଜଣେ ବିଶିଷ୍ଟ ଲେଖିକାଙ୍କ ବିୟୋଗ ଓଡିଶା ସାହିତ୍ୟ ଜଗତ ପାଇଁ କ୍ଷତି ବୋଲି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସଧାରଣ ସମ୍ପାଦକ ଓ ଭାଷା ଆନ୍ଦୋଳନ , ବ୍ରହ୍ମପୁର ସଭାପତି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଶୋକ ପ୍ରକାଶ କରି କହିଛନ୍ତି ଯେ ସେ ଥିଲେ ଗଞ୍ଜାମ ର ଗର୍ବ ଗୌରବ।ବିଶେଷ କରି ଅନୁବାଦ ସାହିତ୍ୟ ବିଭବକୁ ନେଇ ଆଲୋଚନା କରିବା ବେଳେ ଯେଉଁ ମାନଙ୍କ କଥା ମନେ ପଡ଼ିବ ସେମାନଙ୍କ ମଧ୍ୟରେ ଅମିୟ ଅପା ଙ୍କ ନାମ ସ୍ମରଣୀୟ ହୋଇ ରହିବ। ବ୍ରହ୍ମପୁର ସହରରେ ପୁସ୍ତକ ମେଳା ଆୟୋଜନ ପାଇଁ ତାଙ୍କ ଅବଦାନ ଅନେକ ବୋଲି କହିଛନ୍ତି।କାର୍ଯକାରୀ ସଭାପତି ତଥା ବିଶିଷ୍ଟ ନାଟ୍ୟକାର ମେଜର ରମା ରମଣ ପାଢ଼ୀ କହିଛନ୍ତି ଜଣେ ସ୍ଵାଭିମାନୀ ସାହିତ୍ୟ ସାଧିକା ତାଙ୍କ କୃତି ପାଇଁ ସେ ଥିଲେ ସମସ୍ତ ଙ୍କ ପାଇଁ ପ୍ରେରଣା। ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା
ଡ ନିଖିଳାନନ୍ଦ ପାଣିଗ୍ରାହୀ, ଡ ବ୍ରଜ ମୋହନ ସାଶମଲ ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ,ଡ ଶ୍ୟାମ ପ୍ରସାଦ ମିଶ୍ର, ପବିତ୍ର କୁମାର ହୋତା,ସୂଚନା ପାଢ଼ୀ,ବିରୁପାକ୍ଷ ଦାଶ, ସ୍ଵର୍ଣ୍ଣମୟୀ ପାଢ଼ୀ, ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ଶ୍ରୀ ପଲ୍ଲବ, ହୃଷୀକେଶ ଦାସ, ସୁଖେନ୍ଦୁ ଦାସ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବାଙ୍ଗାଲୋର ରୁ ପ୍ରଫେସର ପି ଏସ ଏନ୍ ପାତ୍ର ସ୍ମୃତି ଚାରଣ କରି କହିଛନ୍ତି ଯେ ଭାରତୀୟ ବିଭିନ୍ନ ଭାଷା ରେ ଜଣେ ପ୍ରବୀଣା ସାହିତ୍ୟ ସାଧିକା ଭାବେ ସୁଶ୍ରୀ ଅମୀୟ ବାଳା ପଟ୍ଟନାୟକ ଚିର ସ୍ମରଣୀୟ ହୋଇ ରହିବେ।
Home ବ୍ରହ୍ମପୁର ସ୍ପେଶାଳ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା ଓ ବିଶିଷ୍ଟ କବି ଅମିୟବାଳା ପଟ୍ଟନାୟକଙ୍କ ପରଲୋକ