ଭାରତରେ ପାଦ ଥାପିଲା ଚାଇନାରେ ବିସ୍ତାର ଏଚ ଏମ ପି ଭି ଭାଇରସ

0
13

ନୂଆଦିଲ୍ଲୀ, ୦୭/୦୧/୨୦୨୫:ଭାରତରେ ପାଦ ଥାପିଲା ଚାଇନାରେ ବିସ୍ତାର ଏଚ ଏମ ପି ଭି ଭାଇରସ, ୮ ମାସର ଶିଶୁ ସଂକ୍ରମିତ

ସାରା ବିଶ୍ୱକୁ ଥରାଇଥିବା କୋଭିଡ-୧୯ ପରେ ଚାଇନାରେ ପୁଣିଥରେ ଫେରିଛି ଭାଇରସ । ଏଚ ଏମ ପି ଭି ନାମକ ଏକ ଭୂତାଣୁ ଚିହ୍ନଟ ପରେ ସାରା ବିଶ୍ୱରେ ହଇଚଇ । ଏବେ ଚାଇନା ପରେ ଭାରତରେ ବ୍ୟାପିଛି ଏହି ରୋଗ ।

ଭାରତରେ ଏହାର ପ୍ରଥମ ମାମଲା ଭାରତରେ ସାମ୍ନାକୁ ଆସିଛି। ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଆଠ ମାସର ଶିଶୁ ଠାରେ ଏଚ ଏମ ପି ଭି ଭୂତାଣୁ ଚିହ୍ନଟ ହୋଇଛି ।

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଆମେ ଏହାକୁ ଆମ ଲ୍ୟାବରେ ପରୀକ୍ଷା କରିନାହୁଁ । ଏକ ଘରୋଇ ଡାକ୍ତରଖାନାରେ ଏହି ମାମଲାର ଏକ ରିପୋର୍ଟ ଆସିଛି। ଘରୋଇ ଡାକ୍ତରଖାନାର ଏହି ରିପୋର୍ଟ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ । କାରଣ ଏଚ ଏମ ପି ଭି ସାଧାରଣତଃ କେବଳ ପିଲାମାନଙ୍କଠାରେ ଚିହ୍ନଟ ହୁଏ । ସମସ୍ତ ଫ୍ଲୁ ନମୁନାର ଏଚ ଏମ ପି ଭି ୦.୭ ପ୍ରତିଶତ ଅଟେ । ଏହି ଭୂତାଣୁର ଷ୍ଟ୍ରେନ୍ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

LEAVE A REPLY

Please enter your comment!
Please enter your name here