ବୁଗୁଡ଼ା, ୦୬/୦୧/୨୫: ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ପଞ୍ଚାୟତର ପ୍ରସିଦ୍ଧ ଶକ୍ତିପୀଠ ମା ଶାଙ୍କୁଳାଈଙ୍କ ପୀଠରେ ବୁଗୁଡା ବ୍ଳକର ପ୍ରଥମ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଜନ୍ମଦିନ ପାଳନ ଅବସରରେ ବିଶିଷ୍ଟ ସମାଜସେବୀ ଧରଣୀଧର ପଣ୍ଡା ଓ ବିରଞ୍ଚିପୁର ପଞ୍ଚାୟତର ସରପଞ୍ଚ ମନ୍ଦାକିନୀ ସେଠୀ ବିଜେଡି ତ୍ୟାଗକରି ବିଜେପିରେ ଯୋଗଦେଇଛନ୍ତି। ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଜନ୍ମ ଦିବସରେ ମା ଶାଙ୍କୁଳେଈ ପୀଠରେ ଅନୁଷ୍ଠିତ ବିଶାଳ ବନ୍ଧୁମିଳନ କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ହଜାର ହଜାର ଶୁଭେଚ୍ଛୁ ଯୋଗଦେଇଥିଲେ।ହଜାର ହଜାର ସମର୍ଥକ ବୃନ୍ଦ ନିଜ ପ୍ରିୟ ନେତାଙ୍କୁ ନୂତନ ବର୍ଷର ଅଭିନନ୍ଦନ ସହ ତାଙ୍କ ଜନ୍ମଦିବସ ଉପଲକ୍ଷେ ପୁଷ୍ପଗୁଛଦେଇ ଶୁଭେଚ୍ଛା ଜଣାଇବା ସହ ମନ୍ତ୍ରୀଙ୍କ ଦୀର୍ଘ ଜୀବନ ସହ ରାଜନୈତିକ କ୍ଷେତ୍ରରେ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅନ୍ୟପଟେ ଓଡ଼ିଶାର ଖ୍ୟାତନାମା ଗାୟିକା ଜ୍ୟୋତିର୍ମୟୀଙ୍କ ଗୀତରେ ଝୁମି ବେଶ୍ ଆନନ୍ଦ ନେଇଥିଲେ ସମର୍ଥକମାନେ। ଏହି ଅବସରରେ ନୂତନ ବର୍ଷ ୨୦୨୫ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି ଶାଙ୍କୁଳାଈଙ୍କ ନିକଟରେ ପ୍ରାର୍ଥନା କରିଥିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏହି କାର୍ଯ୍ୟକ୍ରମରେ ସୋରଡା ବିଧାୟକ ନୀଳମଣି ବିଷୋୟୀ, ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ନଗର ସଭାପତି କେଦାର ମହାରଣା, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ. ନୀଳମାଧବ ଆଚାରୀ ସମେତ ଦୁଇ ବ୍ଳକର ସମସ୍ତ ମଣ୍ଡଳ ସଭାପତି, ସରପଞ୍ଚ, ସମିତି ମେମ୍ବରଳ ସମେତ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଶୁଭେଚ୍ଛୁ ଯୋଗଦେଇଥିଲେ।