ବ୍ରହ୍ମପୁର,୦୭/୦୧/୨୦୨୫: ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପ୍ରଯୋଜିତ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ତାଲିମ୍ ନିମନ୍ତେ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷା ଡ଼ ନିବେଦିତା ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ମହାମାୟୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି । ରାଜନୀତି ବିଜ୍ଞାନ ମୁଖ୍ୟ ତଥା ପ୍ରଶାସନିକ ଅଧିକାରିଣୀ ଶ୍ରୀମତୀ ସୁଜାତା ପଣ୍ଡିତ ସଭାରେ ସଭାପତିତ୍ବ କରି ମହାମାୟୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ଓ ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ ର ଶାରିରୀକ ଓ ବୌଦ୍ଧିକ ଉନ୍ନତିର ପ୍ରଜୋଜ୍ୟତା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ସଂଯୋଜିକା ଶ୍ରୀମତି ଆଶା କିରଣ ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୁଝାଇବା ସହ ଆତ୍ମ ସୁରକ୍ଷା ଛାତ୍ରୀ ମାନଙ୍କୁ କିପରି ସହାୟକ ହେବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ତଥା ପୂର୍ବତନ ଜାତୀୟ ସେବା ଯୋଜନା, ଗଞ୍ଜାମ ଜିଲ୍ଲା ଅଧିକାରୀ ତଥା ମହାମାୟୀ କଲେଜ ରେଡ଼କ୍ରସ୍ କାଉନ୍ସିଲର ଡ଼. ସ୍ଵର୍ଣ୍ଣଲତା ପଟ୍ଟନାୟକ ଯୋଗ ଦେଇ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ନେଇ ଛାତ୍ରୀ ମାନେ ନିଜ ସୁରକ୍ଷା ନିଜେ କରିବା ପାଇଁ ସର୍ବଦା ପ୍ରଚେଷ୍ଟିତ ରହିବା ଉଚିତ୍ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀମତୀ ଅର୍ଚ୍ଚନା ପ୍ରଧାନ ଓ ପ୍ରଶିକ୍ଷିକା ହେମାଞ୍ଜଳୀ ଖାର୍ସେଲ ଯୋଗ ଦେଇ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ସମ୍ପର୍କରେ ଉଦବୋଧନ ଦେଇଥିଲେ । ଏହି ଛାତ୍ରୀ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ୮ ଦିନ ଧରି ଚାଲୁ ରହିବ ଏବଂ ଉକ୍ତ ଶିବିରରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିବେ ବୋଲି ସଂଯୋଜିକା ସୂଚନା ଦେବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷିକା ଛାତ୍ରୀ ମାନଙ୍କୁ ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ର ଉପକାରିତା ବିଷୟରେ ବୁଝାଇ କହିଥିଲେ ।