ଛତ୍ରପୁର, ୦୬/୦୧/୨୦୨୫: ଗଞ୍ଜାମ ଜିଲ୍ଲାର ଅଖିଳ ଓଡ଼ିଶା ଓସୱାନ ଇଞ୍ଜିନିୟର ଆସୋସିଏସନର ସମସ୍ତ ସଦସ୍ଯ ସାମାଜିକ ଦାଯ଼ିତ୍ୱ ଏବଂ ପରିବେଶ ସଂରକ୍ଷଣ ପ୍ରତି ସେମାନଙ୍କର ପ୍ରତିବଦ୍ଧତାର ଅଂଶ ଭାବରେ ଭଞ୍ଜନଗର ବ୍ଲକ ସ୍ଥିତ ବାପଙ୍ଗୀ ଠାରେ ରବିବାର ଦିନ ବୃକ୍ଷରୋପଣ ଅଭିଯାନର ଆୟଜନ କରିଥିଲେ। ଗଞ୍ଜାମ ଜିଲ୍ଲା ଓସ୍ୱାନ୍ ମୁଖ୍ୟ ଶିଶିର ପାଣିଗ୍ରାହି ଏହି ପଦକ୍ଷେପକୁ ଉତ୍ସାହିତ କରିଥିବାବେଳେ ସଂଯୋଜକ ସୁଶାନ୍ତ କୁମାର ଦାସ ପ୍ରତାପ ଗୌଡ଼ା, ଜଗନ୍ନାଥ ଦାସ, ବିଷ୍ଣୁ ପାଣ୍ଡା, ବିଚିତ୍ରାନନ୍ଦ ସାହୁ, ନାଗାର୍ଜୁନ ପାଣ୍ଡା, ପିଣ୍ଟୁ ପ୍ରଧାନ ଏବଂ ସମସ୍ତ ୧୫ ଜଣ ସଦସ୍ୟ ଙ୍କୁ ନେଇ ଦଳକୁ ମାର୍ଗଦର୍ଶନ କରିଥିଲେ। ପ୍ରକୃତିର ସଂରକ୍ଷଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏକ ସବୁଜ ଭବିଷ୍ୟତ ପାଇଁ ଅବଦାନ ରଖିବା ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମ ବିଷୟବସ୍ତୁ ଥିଲା “ଗଛଗୁଡ଼ିକର ଯତ୍ନ ନିଅନ୍ତୁ, ଏବଂ ସେମାନେ ଆପଣଙ୍କର ଯତ୍ନ ନେବେ।” ଏଭଳି ପଦକ୍ଷେପ କେବଳ ବୈଷୟିକ ବିକାଶ ପାଇଁ ନୁହେଁ ବରଂ ସେମାନଙ୍କ ସମ୍ପ୍ରଦାୟରେ ସ୍ଥାୟୀ ଏବଂ ସାମାଜିକ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସ ପ୍ରୋତ୍ସାହିତ କରିବା ପାଇଁ ଆସୋସିଏସନର ଉତ୍ସର୍ଗୀକୃତତାକୁ ପ୍ରତିଫଳିତ କରେ |