ସାଂସଦ ପ୍ରଦୀପ ପାଣିଗ୍ରାହୀ ୨ଟି ମାମଲାରେ ନିର୍ଦ୍ଦୋଷ

0
6

ବ୍ରହ୍ମପୁର, ୦୭/୦୧/୨୦୨୫:ଗୋପାଳପୁର ର ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ର ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କ ୨ଟି ମାମଲାରେ ବ୍ରହ୍ମପୁର ସ୍ଥିତ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ (ଗ୍ରାମାଞ୍ଚଳ) ନିର୍ଦ୍ଦୋଷ ଘୋଷଣା କରିଛନ୍ତି।ଆଜି କୋର୍ଟ ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କ ୨ଟି ମାମଲାରେ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଚାକିରି ଦେବା ନାଁରେ ଟଙ୍କା ଠକେଇ ପାଇଁ ଗୋଳନ୍ଥରା ଥାନା ଓ ବୈଦ୍ୟନାଥପୁର ଥାନାରେ ମାମଲା ହୋଇଥିଲା।ଉଲ୍ଲେଖଯୋଗ୍ୟ ଯେ,ଟାଟା ମୋଟର୍ସ ନିଯୁକ୍ତି ଠକେଇ ମାମଲାରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ ପରେ ଆଜି ଦୁଇଟି ମାମଲରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଆଜି କୋର୍ଟରେ ଚୂଡାନ୍ତ ରାୟ ପ୍ରକାଶ ସମୟରେ ଗୋପାଳପୁର ପୂର୍ବତନ ବିଧାୟକ ତଥା ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ସମେତ ଅନ୍ୟ ଅଭିଯୁକ୍ତ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ କୁମାର ପାଠକ କୋର୍ଟ ରେ ହାଜର ହୋଇଥିଲେ। ଉଭୟ ପାଠକ ବାପ, ପୁଅ ଙ୍କୁ ମଧ୍ୟ କୋର୍ଟ ନିର୍ଦୋଷ ଘୋଷଣା କରିଛନ୍ତି।ତେବେ ଆଜି କୋର୍ଟ ରାୟ ପ୍ରକାଶ ପରେ ସତ୍ୟ ର ବିଜୟ ହୋଇଛି ବୋଲି ବୋଲି କହିବା ସହ ପୂର୍ବ ସରକାର ଆକ୍ରୋଶମୂଳକ ଭାବେ ମାମଲା କରିଥିଲେ ବୋଲି ସାଂସଦ ପ୍ରଦୀପ ପାଣିଗ୍ରାହୀ ନିଜର ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here