ବ୍ରହ୍ମପୁର ,୦୮/୦୧/୨୦୨୫: ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର, ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜାନୁୟାରୀ ୨୬ ତାରିଖ ଦିନ ପ୍ରତ୍ୟୁଷ ଘ ୫.୦୦ ମି ରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ଵାରା ସହରରେ ରାମଧୁନ ପରିବେଷଣ କରାଯିବ l ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ଘ ୭.୦୦ମି ରେ ପତାକା ଉତ୍ତୋଳନ କରିବେ l ପୂର୍ବାହ୍ନ ଘ ୮.୩୦ ମି ରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ (ଷ୍ଟାଡିୟମରେ )ମୂଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ l ଚଳିତ ବର୍ଷ ପ୍ୟାରେଡ ରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିବା ନିମନ୍ତେ ନିଷ୍ପତି ନିଆଯାଇଛି l ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆସନ୍ତା ୧୨ ତାରିଖ ଦିନ ଓଡିଆ ବକ୍ତୃତା ପ୍ରତିଯୋଗିତା, ତା ୧୧.୦୧.୨୦୨୫ ରିଖ ଦିନ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ତା ୧୧.୦୧.୨୦୨୫ ରିଖ ଦିନ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା ନିମନ୍ତେ ପ୍ରାଥମିକ (ଚତୁର୍ଥ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ), ମାଧ୍ୟମିକ (ଷଷ୍ଠ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ), ଉଚ୍ଚ ବିଦ୍ୟାଳୟ (ଅଷ୍ଟମ ଶ୍ରେଣୀ ରୁ ଦଶମ ଶ୍ରେଣୀ) ଏବଂ ମହାବିଦ୍ୟାଳୟସ୍ତରୀୟ ଆୟୋଜନ କରାଯିବ , ଜାତୀୟ ମତଦାନ ୨୫.୦୧.୨୦୨୫ ପାଇଁ ଆସନ୍ତା ୧୧ ତାରିଖ ଓ ୧୨ ତାରିଖ ସମସ୍ତ ପ୍ରତିଯୋଗିତା ଗୁଡିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ପରିସରରେ ଅନୁଷ୍ଠିତ ହେବ, ପ୍ୟାରେଡ ଅଭ୍ୟାସ ଆସନ୍ତା ୨୨ ତାରିଖ ଓ ୨୩ ତାରିଖ ଅପରାହ୍ନ ୩.୦୦ ଘଟିକା ସମୟରେ ଏବଂ ଆସନ୍ତା ୨୪ ତାରିଖ ପୂର୍ବାହ୍ନ ୭.୩୦ ଘଟିକା ସମୟରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ଅଭ୍ୟାସ କରିବା ନିମନ୍ତେ ସ୍ଥିର କରାଯାଇଛି l ଏହି ପ୍ରସ୍ତୁତି ବୈଠକ ରେ ଉପଖଣ୍ଡସ୍ତରୀୟ ପୋଲିସ୍ ଅଧିକାରୀ, ଅକ୍ଷୟ କୁମାର ପଣ୍ଡା, ଡି .ଆଇ. ବି ଇନ୍ସପେକ୍ଟର ତ୍ରିପତି ଚୌଧୁରୀ ଏବଂ ଆର୍.ଆଇ.ଅଫ୍ ପୋଲିସ୍ ଏମ.ଲକ୍ଷ୍ମୀ ରଞ୍ଜନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏହି ପ୍ରସ୍ତୁତି ବୈଠକରେ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଲୋକନାଥ ଶତପଥୀ ବିଭିନ୍ନ ବିବରଣୀ ଉପସ୍ଥାପନ କରି ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପାଳନ ସକାଶେ ସମସ୍ତଙ୍କ ସହଯୋଗ କାମନା କରିଥିଲେ l