ଶଙ୍କୁରୁରେ ଶ୍ରୀ ଭାଗବତ ସ୍ୱାମୀ ଭଲି ବଲ ଟୁର୍ଣ୍ଣାମେଣ୍ଟ

0
44

ବୁଗୁଡା , ୧୦/୧/୨୫ : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସରକାରୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଆନୁକୂଲ୍ୟରେ ଶଙ୍କୁରୁ ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ଭାଗବତ ସ୍ୱାମୀ ଭଲି ବଲ ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ମୁଖ୍ୟ ମେଡ଼ିକାଲ ଅଫିସର ଡାକ୍ତର ଦୟାନିଧି ରାଉତ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନ୍ୟତମ ମେଡ଼ିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ଓ ବରିଷ୍ଠ ସାମ୍ବାଦିକ ଅନିଲ କୁମାର ମହାରଣା ଯୋଗଦେଇଥିଲେ। ଅତିଥି ବୃନ୍ଦ ଖେଳ ଦ୍ୱାରା ଶରୀର ସୁସ୍ଥ ରହିବା ସହ ବନ୍ଧୁତ୍ବ ସୃଷ୍ଟି ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ। ଶଙ୍କୁରୁ ଭଳିବଲ ଟିମ ଓ ମାଣିତରା ଭଳିବଲ ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିବା ବେଳେ ଶଙ୍କୁରୁ ଟିମ ବିଜୟୀ ହୋଇଥିଲେ। ବିଜୟୀ ଶଙ୍କୁରୁ ଟିମକୁ ଡାକ୍ତର ରାଉତ ସିଲଡ଼ ପ୍ରଦାନ କରିଥିବା ବେଳେ ମାଣିତରା ଟିମକୁ ରନର୍ସ ସିଲଡ଼ ଡାକ୍ତର ବିଶ୍ଵାଳ ପ୍ରଦାନ କରିଥିଲେ। ଭଗବାନ ଜେନା, ବିଭୁତି ଭୂଷଣ ଦାଶ ଓ ସ୍ୱାସ୍ଥ୍ୟ କେନ୍ଦ୍ର ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ। ଶ୍ରୀ ଭାଗବତ ସ୍ୱାମୀ ଭଳି ବଲ ଟୁର୍ଣ୍ଣାମେଣ୍ଟର ସଦସ୍ୟ ବୃନ୍ଦ ଓ ଶଙ୍କୁରୁ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here