ଅବକାରୀ ଚଢ଼ାଉ, ୯ ଗିରଫ, ଦୁଇ ବାଇକ ଓ ହଜାରେ ଲିଟର ମଦ ଜବତ

0
29

ବୁଗୁଡା , ୧୦/୧/୨୫ : ଭଞ୍ଜନଗର ରେଞ୍ଜ ଅନ୍ତର୍ଗତ ଭଞ୍ଜନଗର ଅବକାରୀ ଥାନା ଓ ବୁଗୁଡା ଅବକାରୀ ଥାନା, ବେଲଗୁଣ୍ଠା ପୋଲିସ ଥାନା, ଏବଂ ଅବକାରୀ ଗୁଇନ୍ଦା ୟୁନିଟ ମିଳିତ ଭାବେ ଜି.ନୂଆଗାଁ ଓ ବଡ଼କୋଦଣ୍ଡା ଛକ ଉପରେ ଚାଲିଥିବା ଚୋର ମଦ ରନ୍ଧା ଜାଗା ଉପରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ୯ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଦୁଇ ଗୋଟି ବାଇକ ଓ ଏକ ହଜାର ଲିଟର ମଦ ଜବତ ହୋଇଛି। ଏଥିସହ ୪୩୫୦ ଲିଟର ପୋଚ ନଷ୍ଟ କରାଯାଇଛି। ଚଢ଼ାଉରେ ଭଞ୍ଜନଗର ଅବକାରୀ ଥାନା ଅଧିକାରୀ ଅଲିଭା ମାଝୀ, ଅବକାରୀ ଇନ୍ସପେକ୍ଟର ଡ଼ମ୍ବୁରୁଧର ହରିଜନ, ଏଏସଆଇ ବାହୁମୂଲ୍ୟ ପରିଜା, ସରୋଜ କଟା ଓ ଟିମ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here