୧୮ତମ ପ୍ରବାସୀ ଭାରତୀୟ ଦିବସ ୨୦୨୫ ଉଦଯାପିତ

0
40

ପୋଲସରା, ୧୦/୧/୨୫ : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ -୨୦୨୫ ଜାନୁଆରୀ ୧୦ ତାରିଖ ଦିନ ଉଦଯାପିତ ହୋଇଯାଇଛି। କଲେଜ ପ୍ରିନ୍ସପାଲ ରବୀନ୍ଦ୍ର ନାଥ ପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନୁଯାୟୀ ୦୮/୦୧/୨୫ ତାରିଖ ଦିନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆର୍ଟିକଲ ରାଇଟିଂ ଓ ପୋଷ୍ଟର ପ୍ରେଜେଣ୍ଟେସନ ଏବଂ ୦୯/୦୧/୨୫ ତାରିଖ ଦିନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜାନୁଆରୀ ୧୦ ତାରିଖ ଦିନ କୃତି ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପ୍ରିନ୍ସପାଲ ରବୀନ୍ଦ୍ର ନାଥ ପାଳ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତାରେ ଉଭୟ +୨ ଓ +୩ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସେକ୍ ଫରିଦ କାର୍ଯ୍ୟକ୍ରମକୁ ସଂଯୋଜନା କରିଥଲେ। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଦର୍ଶନଶାସ୍ତ୍ର ବିଭାଗର ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଓ +୨ ବିଭାଗର ନୋଡାଲ ଅଫସର ଅଧ୍ୟାପକ ରାକେଶ ପ୍ରଧାନ ଯୋଗଦେଇଥିଲେ। +୨ ବିଭାଗର ସହକାରୀ ନୋଡାଲ ଅଫିସର ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here