ପୋଲସରା, ୧୨/୦୧/୨୫: ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଆଠଗଡ଼ ତାଲୁକା ତୈଳିକ ବୈଶ୍ଯ ସାଧବ ସମାଜ ବାର୍ଷିକ ଅଧିବେଶନ ଓ ପହିଲି ଭୋଗର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ସଭାପତି ସତ୍ୟନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଥିବା ସମସ୍ତ ସାଧବ ସମାଜ କର୍ମକର୍ତ୍ତାମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ସମାଜର କୁଳାଧିକାରୀ ପ୍ରଶନ କୁମାର ବିଷୋୟୀ ଯୋଗଦେଇ ଥିବା ବେଳେ, ସଭ୍ୟ ଆଇନଜୀବୀ ବ୍ରଜେନ୍ଦ୍ର ସାହୁ, ପ୍ରକାଶ ଚନ୍ଦ୍ର ସାହୁ ତୈଳିକ ବୈଶ୍ଯ ସାଧବ ସମାଜର ଉନ୍ନତି , ସାଙ୍ଗଠନିକ ଓ ଆଇନଗତ ବିଷୟରେ ଆଲୋଚନା କରି ତାହାର ସମାଧାନ କରିଥିଲେ। ସମାଜର ସମସ୍ତ ଭାଇ ଏକତ୍ରିତ ହୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ସମାଜର ସମ୍ପାଦକ ଶିବ ପ୍ରସାଦ ସାହୁ ବାର୍ଷିକ ଆୟ ବ୍ଯୟର ବିବରଣୀ ପଠନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟନାରାୟଣ ସାହୁ, କାଳୁ ଚରଣ ସାହୁ, ନବୀନ ଚନ୍ଦ୍ର ସାହୁ, ସିମାଞ୍ଚଳ ସାହୁ, ରଞ୍ଜିତ ସାହୁ, ସୁଦାମ ସାହୁ, ପ୍ରଫୁଲ୍ଲ ସାହୁ, ଶିବରାମ ସାହୁ, ବିଜୟ ସାହୁ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ନିଜର ମତାମତ ପ୍ରଦାନ କରିଥିଲେ। ପରିଶେଷରେ ଆଇନଜୀବୀ ବ୍ରଜବନ୍ଧୁ ସାହୁ ଧନ୍ୟବାଦ ଦେଇଥିଲେ।