ପୋଲସରା, ୧୨/୧/୨୫ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଜାନୁଆରୀ ୧୨ ତାରିଖ ଦିନ “ଜାତୀୟ ଯୁବ ଦିବସ – ୨୦୨୫” ପାଳନ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନଏସଏସ) ଯୁଗ୍ମ ବିଭାଗ ପକ୍ଷରୁ ଆୟୋଜିତ ଏହି ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ରବୀନ୍ଦ୍ର ନାଥ ପାଳ ଅଧ୍ୟକ୍ଷତା କରିଥିଲେ। ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇଣ୍ଟେଗ୍ରେଟେଡ କାଉନସିଲ୍ ଅଫ୍ ଟେଷ୍ଟିଂ ସେଣ୍ଟର ର ପରାମର୍ଶଦାତା ମନୋଜ କୁମାର ଜେନା ମୂଖ୍ୟଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଦେବାଶିଷ ସ୍ୱାଇଁ ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ସେକ ଫରିଦ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥଲେ। ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ସମେତ ଅତିଥି, ଅଧ୍ୟାପକ ଓ ଏନଏସଏସ କୋ ୟୁନିଟ ପ୍ରୋଗ୍ରାମ ଅଫିସର ସେକ ଫରିଦ୍ ପ୍ରମୁଖ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ, ବିଶ୍ଵଭାତୃତ୍ଵ, ସାର୍ବଜନୀନ ଧର୍ମ, ମନୁଷ୍ୟ ଓ ତାର କର୍ମ, ଭାଗ୍ୟଫଳ , ଭାଗବତ ଗୀତା, ବେଦାନ୍ତ ଦର୍ଶନ, ଚିକାଗୋ ସମ୍ମିଳନୀ ପ୍ରଭୃତି ବିଷୟରେ ବିସ୍ତୃତ ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।