ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

0
5

ବୁଗୁଡା, ୧୩/୧/୨୫: ଜାନୁଆରୀ ୧୨ ତାରିଖ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ କ୍ରସ ଓ ରେଡ ରିବନ କ୍ଲବ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଯୁବ ରେଡ କ୍ରସ ପରାମର୍ଶଦାତା ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଯୁବ ଦିବସ ର ଉଦ୍ଦେଶ୍ୟ, ମହତ୍ୱ ଓ ସ୍ବେଛାସେବୀମାନଙ୍କର ଭୂମିକା ସମ୍ପର୍କ ରେ ଆଲୋଚନା କରାଯାଇଥିଲା। ବ୍ରହ୍ମଚର୍ଯ୍ୟ ପାଳନ କରି ବିଦ୍ୟାର୍ଥୀମାନେ ସହଜରେ ସଫଳତା ହୋଇପାରିବେ। ଜୀବନର ଭିତ୍ତିଭୂମିକୁ ସୁଦୃଢ କରିପାରିଲେ ନିଜର ତଥା ବିଶ୍ୱର କଲ୍ୟାଣ ହେବ। ଭାରତୀୟ ସଂସ୍କୃତି, ପରମ୍ପରା ଓ ଜ୍ଞାନ ର ପ୍ରଚାର ଓ ପ୍ରସାର ପାଇଁ ଯୁବ ପିଢ଼ି ଆଗ୍ରହ ପ୍ରକାଶ କରିବାକୁ ଆହ୍ୱାନ ଦିଆଯାଇଥିଲା। ଏଚ. ଆଇ ଭି / ଏଡ଼ସ ମୁକ୍ତ ରାଜ୍ୟ ଗଠନ ଦିଗରେ ଯୁବ ପିଢ଼ି ସଚେତନ ହବା ପାଇଁ ଆହ୍ୱାନ ଦିଆଯାଇଥିଲା l ଏହି ଦିବସ ପାଳନ ଉପଲକ୍ଷେ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଆଇଆରପିଏମ ଅଧ୍ୟାପକ ସନ୍ତୋଷ କୁମାର ଗୌଡ଼, ଇଂରାଜୀ ଅଧ୍ୟାପକ ସୁରେଶ କାନ୍ତ ଜେନା, ଏଜୁକେଶନ ଡେମୋନଷ୍ଟ୍ରେଟର ସଂଯୁକ୍ତା ପାତ୍ର ସ୍ବେଛାସେବୀମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ସ୍ବେଛାସେବୀ ଦୀପିକା ଗୌଡ଼, ଶୁଭସ୍ମିତା ଗୌଡ଼, ସୁସ୍ମିତା ଗୌଡ଼ ସହଯୋଗ କରିଥିଲେ। ଅନୁଷ୍ଠାନର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here