ଦେଶବାସୀଙ୍କ ହୃଦୟରେ ଭେଟେରାନ ସୈନିକଙ୍କର ସ୍ବତନ୍ତ୍ର ସ୍ଥାନ ରହିଛି – ରାଜ୍ୟପାଳ

0
28

ଭୁବନେଶ୍ୱର, ୧୪/୦୧/୨୦୨୫: ଭେଟେରାନ ସୈନିକମାନଙ୍କର ଦେଶ ପ୍ରତି ଅସାଧାରଣ ସେବା, ତ୍ୟାଗ, ସମର୍ପଣ ଓ ଅଦମ୍ୟ ଉତ୍ସାହ ପାଇଁ ଦେଶବାସୀଙ୍କ ହୃଦୟରେ ସେମାନଙ୍କର ସ୍ଵତନ୍ତ୍ର ସ୍ଥାନ ରହିଛି ବୋଲି ରାଜ୍ୟପାଳ ଡ଼ ହରି ବାବୁ କମ୍ଭମଟି କହିଛନ୍ତି। ଚଳିତ ଜାନୁଆରୀ ୧୪ ତାରିଖ ମଙ୍ଗଳବାର ଦିନ ଭୁବନେଶ୍ଵରସ୍ଥିତ ୧୨୦ ଇନଫାଟ୍ରି ବାଟାଲିଅନ ପରିସରରେ ଅନୁଷ୍ଠିତ ନବମ ସଶସ୍ତ୍ର ସେନା
ଭେଟେରାନ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଏହି ମତବ୍ୟକ୍ତ କରିଛନ୍ତି। ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ଓ ସମ୍ମାନ ରକ୍ଷା କରିବାରେ ମହତ୍ଵପୂର୍ଣ୍ଣ ଭୂମିକା ପାଇଁ ଭେଟେରାନ ସୈନିକ ମାନଙ୍କ ଠାରେ ଦେଶବାସୀ ଚରିକୃତଜ୍ଞ ରହିବେ ବୋଲି କହିଛନ୍ତି। ଭାରତର ପ୍ରଥମ
କମାଣ୍ଡର-ଇନ୍-ଚିଫ୍ ଫିଲ୍ମ ମାର୍ଶଲ କେ.ଏମ୍. କାରିଆପାଙ୍କ ଦେଶ ପାଇଁ ଉଲ୍ଲେଖନୀୟ ସେବାକୁ ସମ୍ମାନ ଜଣାଇ ସଶସ୍ତ୍ର ସେନା ଭେଟେରାନ ଦିବସ ପାଳନ କରାଯାଇଛି ବୋଲି ଅବତାରଣା କରି ତାଙ୍କର ନେତୃତ୍ବ ଓ ଦୃଷ୍ଟିଭଙ୍ଗୀ ସବୁବେଳେ ସେନା ତଥା ପ୍ରତିଟି ନାଗରିକଙ୍କୁ ଉଦ୍‌ବୁଦ୍ଧ କରୁଥୁବ ବୋଲି ରାଜ୍ୟପାଳ କହିଥିଲେ।ଭେଟେରାନ ସୈନିକ ମାନେ ସାହସ, ପ୍ରତିବଦ୍ଧତା ଓ ଦେଶପ୍ରେମର ଅନନ୍ୟ ଉଦାହରଣ। ଦେଶର ସୀମା ସୁରକ୍ଷା ଓ ଏହାର ସମ୍ମାନ ରକ୍ଷାରେ ଜୀବନର ଅମୂଲ୍ୟ ସମୟ ଦେଇଥ‌ିବା ସୈନିକମାନେ ଅବସର ପରେ ମଧ୍ୟ ସମାଜ ଓ ଦେଶ ବିକାଶରେ ମହନୀୟ ଅବଦାନ ରଖୁଛନ୍ତି। ସେମାନଙ୍କର ଅବଦାନକୁ ସ୍ଵୀକାର କରି ସେମାନଙ୍କର କଲ୍ୟାଣ ପାଇଁ ସମସ୍ତେ ଚିନ୍ତା କରିବା ଦରକାର । ଅବସରପ୍ରାପ୍ତ ସୈନିକମାନଙ୍କର ପେନ୍‌ସନ,ସ୍ୱାସ୍ଥ୍ୟସେବା, ପୁନଃ ଥଇଥାନ ଇତ୍ୟାଦି କ୍ଷେତ୍ରରେ ସରକାର ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟପାଳ ଡ଼ କମ୍ଭମଟି କହିଥିଲେ।ପ୍ରାରମ୍ଭରେ ଓ.ଏସ୍.ଇ.ଏଲ.ର ସଭାପତି ଅବସରପ୍ରାପ୍ତ ବ୍ରିଗେଡିୟର ଅନ୍ତର୍ଯ୍ୟାମୀ ପ୍ରଧାନ ସ୍ଵାଗତ
ଭାଷଣ ପ୍ରଦାନ କରିଥିବା ବେଳେ ଅବସରପ୍ରାପ୍ତ ଲେଫ୍ଟନାଂଟ୍ ଜେନେରାଲ ଜେ.କେ. ମହାନ୍ତି, ଅବସରପ୍ରାପ୍ତ ଭାଇସ୍ ଆଡ଼ମିରାଲ ରମାକାନ୍ତ ପଟ୍ଟନାୟକ, ଅବସରପ୍ରାପ୍ତ ଏୟାର ମାର୍ଶଲ ଜେ.ଏନ.ବର୍ମା, ଓଡ଼ିଶା ସରକାରଙ୍କ ଗୃହ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଆର.କେ.ଶର୍ମା, ରାଜ୍ୟ ସୈନିକ ବୋର୍ଡର ସଚିବ
କମୋଡର ଘନଶ୍ୟାମ ଓଝା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ସଶସ୍ତ୍ର ସେନା ଭେଟେରାନ ଦିବସ ପାଳନର ଆଭିମୁଖ୍ୟ ଏବଂ ଭେଟେରାନ ସୈନିକମାନଙ୍କର ଦେଶପ୍ରତି ଅବଦାନ ସଂପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ବୀର ନାରୀ, ବରିଷ୍ଠ ଓ ଅତି ବରିଷ୍ଠ ଭେଟେରାନ ସେନାଧୁକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦ୍‌ ବ୍ୟତୀତ ଭେଟେରାନମାନଙ୍କ ପାଇଁ ଉଦ୍ଧିଷ୍ଟ ଅନଲାଇନ୍ ସେବାକୁ ରାଜ୍ୟପାଳ ଡ଼ କମ୍ଭମ୍‌ଟି ଶୁଭାରମ୍ଭ କରିଥିଲେ। ଶେଷରେ ସର୍ଜନ ଲେଫ୍ଟନାଣ୍ଟ କମାଣ୍ଡର ଅନନ୍ୟା ଦଳବେହେରା।
ଧନ୍ୟବାଦ ଅର୍ପଣ କରିଥିଲେ । ଉଲ୍ଲେଖଯୋଗ୍ୟଯେ ପ୍ରାରମ୍ଭରେ ରାଜ୍ୟପାଳ ବାଟାଲିୟନ ପରିସରରେ ପହଞ୍ଚିବା ପରେ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here