ପୋଲସରା କଲେଜରେ ଭାରତୀୟ ସେନା ଦିବସ ପାଳନ

0
37

ପୋଲସରା , ୧୫/୧/୨୫ : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଏନ.ସି.ସି. ପକ୍ଷରୁ ଭାରତୀୟ ସେନା ଦିବସ ଜାନୁଆରୀ ୧୫ ତାରିଖ ଦିନ ପାଳନ ହୋଇଯାଇଛି। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଏନ୍.ସି.ସି. କ୍ୟାଡେଟ ମାନଙ୍କ ଦ୍ଵାରା ୨(ଓ) ଗାର୍ଲସ ବଟାଲିୟନ ରାୟଗଡ଼ା ତରଫରୁ ଭାରତୀୟ ସେନା ଦିବସରେ ଏକ ରାଲି ଏନ.ସି.ସି. ଲେଫନାଣ୍ଟ ବନିତା କୁମାରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା । ଏହି ରାଲିକୁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ପ୍ରଫେସର ରବୀନ୍ଦ୍ରନାଥ ପାଳ ଉଦଘାଟନ କରି ଏନ୍.ସି.ସି. କ୍ୟାଡେଟ ମାନଙ୍କୁ ଉତ୍ସାହିତ କରିଥିଲେ । ଏନ.ସି.ସି. କ୍ୟାଡଟ ଛାତ୍ରୀମାନଙ୍କ ସହ ଏନ୍.ସି.ସି. ଲେଫ୍ଟନାଣ୍ଟ ବିନତା କୁମାରୀ ଦାସ୍ ରାଲିରେ ଯୋଗ ଦେଇ ବ୍ଲକ ଅଫିସଠାରୁ ତହସିଲ ଅଫିସ ପର୍ଯ୍ୟନ୍ତ ସେନା ଦିବସର ସ୍ଲୋଗାନ ଦେଇ ରାଲିରେ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here