ଭଞ୍ଜନଗର,୧୫/୦୧/୨୦୨୫ : ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳର ଜୀବନ ଜୀବିକା ଯୋଜନାର ଚୟନ ହୋଇଥିବା ଭିନ୍ନକ୍ଷମ ଭାଇ ଭଉଣୀ ହିତାଧିକାରୀଙ୍କୁ ଇ-ରିକ୍ସା ବଣ୍ଟନ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ଯୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଏବଂ ସଂମାନିତ ଅତିଥି ଭାବେ ଭଞ୍ଜନଗର ଉପ ଜିଲପାଳ ଶ୍ରୀ ଅନିଲ କୁମାର ସେଠୀ , ଭଞ୍ଜନଗର ଅତିରିକ୍ତ ଉପ ଜିଲ୍ଲାପାଳ ବିଶ୍ଵରଞ୍ଜନ କର ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ଯୁମ୍ନ କୁମାର ନାୟକ ଭିନ୍ନକ୍ଷମ ଭାଇ ଭଉଣୀ ହିତାଧିକାରୀଙ୍କୁ ଇ-ରିକ୍ସା ବଣ୍ଟନ କରିଥିଲେ । ଏଥିରେ ଭିନ୍ନକ୍ଷମ ଭାଇ ଭଉଣୀ ମାନେ ନିଜେ ଆଥିକ ସ୍ଵାବଲମ୍ବୀ ହୋଇପାରିବେ ବୋଲି ବିଧାୟକ ପରିପ୍ରକାଶ କରିଥିଲେ ।ଏଥିରେ ଭଞ୍ଜନଗର ଉପଖଣ୍ଡର ୭ଟି ବ୍ଲକ ଯଥା ଭଞ୍ଜନଗର , ଜଗନ୍ନାଥପ୍ରସାଦ,ବେଲଗୁଣ୍ଠା, ସୋରଡା,ଆସିକା ,ଧରାକୋଟ, ବୁଗୁଡା ଯଥା ୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଭଞ୍ଜନଗର , ବେଲଗୁଣ୍ଠା,ସୋରଡା, ଆସିକା ଓ ବୁଗୁଡାର ହିତାଧିକାରୀ ଙ୍କୁ ୧୨ ଜଣଙ୍କୁ ୧୨ଟି ଇ-ରିକ୍ସା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପ ଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏସିଓ ଶବର , ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରି ଶଙ୍କର ଶତପଥୀ ଏବଂ ସାମ୍ବାଦିକ ବନ୍ଧୁମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ବିଭାଗ କର୍ମଚାରୀ ଶ୍ରୀ ମୁକେଶ ଡାକୂଆ ଓ ଭାରତୀ ବିଶୋୟୀ ସହଯୋଗ କରିଥିଲେ ।