ପୋଲସରା, ୧୬/୧/୨୫ : କୈଳାଶ ଚନ୍ଦ୍ର ଜେନା ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗଦେଇଛନ୍ତି। ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କୁ ସୋନପୁର ପୌରପାଳିକାକୁ ବଦଳି ହୋଇଥିବା ବେଳେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜେନା ଏଥି ପୂର୍ବରୁ ଭୁବନେଶ୍ୱର ବିଏମସି ର ରାଜସ୍ୱ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜେନା ପୋଲସରା ଏନଏସିର ଦାୟିତ୍ବ ଗ୍ରହଣ କରିବା ପରେ ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, କାଉନସିଲର ବୃନ୍ଦ ଓ ଏନଏସି କର୍ମଚାରୀ ବୃନ୍ଦ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଛନ୍ତି। ସହରର ବିକାଶ ଓ ସହରର ଜନତାଙ୍କୁ ଉତ୍ତମ ସେବା ଯୋଗାଇବାକୁ ପ୍ରାଥମିକତା ଦେବେ ବୋଲି ଇଓ ଶ୍ରୀ ଜେନା ପ୍ରକାଶ କରିଛନ୍ତି।