ବୁଗୁଡା, ୧୬/୧/୨୫ : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଭାଗର +୨ ପ୍ରଥମ ବର୍ଷର ଛାତ୍ରୀଙ୍କ ଜାନୁଆରୀ ୭ ତାରିଖ ଠାରୁ ଆଠ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଜାନୁଆରୀ ୧୬ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ପ୍ରଫେସର ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡା ପୋଲିସ ଥାନ ଉପଆରକ୍ଷୀ ନିରୀକ୍ଷକ ଜ୍ୟୋତିଶ୍ରୀ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଡକ୍ଟର ପ୍ରଦୀପ କୁମାର ଦାଶ, ଆତ୍ମ ପ୍ରକାଶ ନାୟକ ଓ ପିଇଟି କ୍ରୀଷ୍ଣା ରାଓ ପାତ୍ର ଯୋଗଦେଇଥିଲେ। ତାଲିମ ଶିବିରର ସଂଯୋଜିକା ଅଧ୍ୟାପିକା ରଶ୍ମିତା କୁମାରୀ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଷ୍ଟର ଟ୍ରେନର ଭାବେ ସମିତା ଜେନା ଓ ପୂଜା ସ୍ବାଇଁ ଯୋଗଦେଇ ଛାତ୍ରୀ ବୃନ୍ଦଙ୍କୁ ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଅତିଥିମାନେ ଆତ୍ମ ସୁରକ୍ଷା ତାଲିମର ଉପକାରୀତା ବିଷୟରେ ବକ୍ତବ୍ୟ ରଖିଥିବା ବେଳେ ଛାତ୍ରୀମାନେ ଶିକ୍ଷାଲାଭ କରିଥିବା ଆତ୍ମ ସୁରକ୍ଷାର କୌଶଳ ଅତିଥିମାନଙ୍କ ସମ୍ମୁଖରେ ପ୍ରଦର୍ଶିତ କରିଥିଲେ।