Home ବ୍ରହ୍ମପୁର ସ୍ପେଶାଳ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା

ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା

0
14

ପୋଲସରା, ୧୬/୦୧/୨୦୨୫: ପୋଲସରା ବ୍ଲକର ମଥୁରା ପଂଚାୟତ ଅଧିନସ୍ଥ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠରେ ମାରଦା ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଜାନୁଆରୀ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ତଥା ମାରଦା ମହୋତ୍ସବ କମିଟିର ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ୱରେ ଦ୍ଵିତୀୟ ଦିନର ଉତ୍ସବ ଅନୁଷ୍ଠିତ ହୋଇଥିଲା। ମାରଦା ମହୋତ୍ସବ ପଡ଼ିଆ ଦ୍ବିତୀୟ ସଂନ୍ଧ୍ୟାରେ କଳା ସଂସ୍କୃତି ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝଲସି ଉଠିଥିଲା। ବାଚସ୍ପତି ସୁରମା ପାଢ଼ୀ ଉଦଘାଟକ ଭାବେ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ଆସିକା ସାଂସଦ ଅନିତା ସୁଭଦର୍ଶିନୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଯୋଗ ଦେଇ ମାରଦା ପୀଠର ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ଯାହାକି ମୋଗଲ ଆକ୍ରମଣ ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁରକ୍ଷିତ ରଖିବା ପାଇଁ ଶ୍ରୀକ୍ଷେତ୍ରରୁ ଅଣାଯାଇ ଏଠାରେ ବିଜେ କରାଯିବା ସହ ଅଢ଼େଇ ବର୍ଷ ଧରି ଗୁପ୍ତ ସେବା ଓ ପୂଜା ନୀତି ପାଳନ ହୋଇଥିଲା l ପରବର୍ତ୍ତୀ ସମୟରେ ଶ୍ରୀଜିଉ ମାନଙ୍କୁ ଏଠାରୁ ଶ୍ରୀମନ୍ଦିରକୁ ନିଆଯିବା ପରେ ଏହି ସ୍ଥାନରେ ମହାପ୍ରଭୁଙ୍କ ପିଣ୍ଡି ପୂଜାର ପରମ୍ପରା ରହିଥିବା ପ୍ରକାଶ କରିଥିଲେ। ଜଗନ୍ନାଥ ସଂସ୍କୃତି ସହିତ ଆମ ରାଜ୍ୟର କଳା, ସାହିତ୍ୟ, ପରମ୍ପରା, ଐତିହ୍ୟର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ । ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ତଥା ବିକଶିତ କରି ଗଢିତୋଳିବା ପାଇଁ ଆମ ସମସ୍ତଙ୍କ ପ୍ରୟାସର ଆବଶ୍ୟକ ବୋଲି ପ୍ରକାଶ କରିବା ସହ ଏହି ମହୋତ୍ସବକୁ ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ଅହରହ ପରିଶ୍ରମ କରୁଥିବା ସମସ୍ତଙ୍କୁ ମନ୍ତ୍ରୀ ଶ୍ରୀ ମଳିକ କୃତଜ୍ଞତା ଜ୍ଞାପନ କରିଥିଲେ।ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ, ପୋଲସରା ଥାନାଧିକାରୀ କୌଶିକ ମାଝୀ, ବିଡ଼ିଓ କୁରେଶ ଚନ୍ଦ୍ର ଜାନି, ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା, ତହସିଲଦାର ଦିପ୍ତିମୟୀ ପାତ୍ର, ଅଭିନେତା ଅର୍ଧେନ୍ଦୁ ସାହୁ, ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଭାକର ପଣ୍ଡା, ସମୀକ୍ଷକ ଦୀପକ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି ବକ୍ତବ୍ୟ ରଖିଥିଲେ। ଅଞ୍ଚଳର ବ୍ଯକ୍ତି ବିଶେଷଙ୍କୁ ସମ୍ମାନୀତ କରିବା ସହ ଅଞ୍ଚଳର ଓ ଅତିଥି କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦ୍ବିତୀୟ ସଂନ୍ଧ୍ୟାର ବିଶେଷ ଆକର୍ଷଣ ଲିପ୍ସା ମହାପାତ୍ର ଓ ସୋମନାଥ ସାହୁ ଥିବା ବେଳେ ତାଙ୍କର ଗୀତର ତାଳେ ତାଳେ ଦର୍ଶକ ନାଚିଥିଲେ। ସମୀକ୍ଷକ ଦୀପକ ପ୍ରଧାନ ଧନ୍ୟବାଦ ଅପର୍ଣ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!