Home ବ୍ରହ୍ମପୁର ସ୍ପେଶାଳ ଭାଗ ଜମି ବିକ୍ରି ବନ୍ଦ ଯୋଗୁଁ ଜନସାଧାରଣଙ୍କ ସମସ୍ୟା।ସମାଧାନ ର ବାଟ ପାଇଁ ରାଜସ୍ଵ ମନ୍ତ୍ରୀ...

ଭାଗ ଜମି ବିକ୍ରି ବନ୍ଦ ଯୋଗୁଁ ଜନସାଧାରଣଙ୍କ ସମସ୍ୟା।ସମାଧାନ ର ବାଟ ପାଇଁ ରାଜସ୍ଵ ମନ୍ତ୍ରୀ ଙ୍କୁ ନିବେଦନ

0
15

ବ୍ରହ୍ମପୁର, ୧୭/୦୧/୨୦୨୫:ବିଗତ ବର୍ଷ ୨୦୨୨ ମେ ୧ ତାରିଖ ଠାରୁ ଭାଗ ଜମି ବିକ୍ରୟ କରିବା ଗଞ୍ଜାମ ଜିଲ୍ଲାରେ ବନ୍ଦ ହୋଇଯାଇଛି।ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି ହେଉଅଛି।ଏନେଇ ଆଜି ଗଞ୍ଜାମ ଜିଲ୍ଲାର କିଛି ପ୍ରତିନିଧି ଭୁବନେଶ୍ୱର ଠାରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ଭେଟି ଏହାର ପ୍ରତିକାର ପାଇଁ ନିବେଦନ କରିଛନ୍ତି।ନୂତନ ନିୟମ ପ୍ରକାରେ ଜନସାଧାରଣ ନିଜର ଆବଶ୍ୟକ ପାଇଁ କୌଣସି ପ୍ରକାର ଜମି କିଣା ବିକା କରିପାରୁନାହାନ୍ତି।ଯାହାଦ୍ଵାରା କୌଣସି ବ୍ୟକ୍ତି ବିନା କାରଣରେ ତାର ସମସ୍ତ ଜମି ବିକ୍ରି କରିବାକୁ ବାଧ୍ୟ ହୋଇ ଭୂମି ହୀନ ହେବାକୁ ପଡୁଛି।ସେପରି କୌଣସି ଗରିବ ଶ୍ରେଣୀର ବ୍ୟକ୍ତି ଛୋଟିଆ ଜାଗାଟିଏ କିଣି ଘର କରିବାରୁ ବଞ୍ଚିତ ହେଉଛନ୍ତି।ଭଡା ଘରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ରେ ଆର୍ଥିକ ଯୋଗାଡ ପାଇଁ କୌଣସି ବ୍ୟକ୍ତି ଆବଶ୍ୟକ ସ୍ଥଳେ ନିଜ ସଂପତ୍ତିର ଆଶିଂକ ଭାଗ ମଧ୍ୟ ବିକ୍ରି କରି ପାରୁନାହାନ୍ତି।ସେପରି କୌଣସି ବ୍ୟକ୍ତି ନିଜର ପୌତୃକ ସଂପତ୍ତି କୁ ଭାଗ ବଣ୍ଟନ ମଧ୍ୟ କରିପାରୁନାହାନ୍ତି ଯାହାଦ୍ଵାରା ପାରିବାରିକ
ଅସନ୍ତୋଷ ବଢ଼ୁଅଛି।ଅନ୍ୟ ପଟେ ନିଜ ସଂପତ୍ତିର କିଛି ଅଂଶ ବିକ୍ରି କରି ଯୁବକ ମାନଙ୍କ ଇଚ୍ଛା ମୁତାବକ ବ୍ୟବସାୟ କରିବା ହୋଇପାରୁ ନାହିଁ ଓ ଉଚ୍ଚ ଶିକ୍ଷା କରିବାରୁ ବଞ୍ଚିତ ହେଉଛନ୍ତି। ଜମି କିଣାବିକା ବନ୍ଦ ହେବା ଦ୍ବାରା ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଛି।ଏହି ସମସ୍ତ ଅସୁବିଧାର ସମାଧାନ ପାଇଁ ଓଡିଶା ସରକାର ଏକ ସରଳିକରଣ
ଉପାୟ ବାହାର କରି କିଣାବିକା, ନିର୍ମାଣ କାର୍ଯ୍ୟ, ଜନସାଧାରଣଙ୍କ ରୋଜଗାର ଇତ୍ୟାଦି ସହର, ଗାଁ ର ବିକାଶକୁ ଦୃଷ୍ଟିରେ ରଖି ସରଳିକରଣ ନିୟମ ଆଇନ୍ ପ୍ରଣୟନ କରିବାକୁ ଲୋହିତ କୁମାର ମଙ୍ଗରାଜ, ସନ୍ତୋଷ କୁମାର ପାଢୀ, ସୁନୀଲ କୁମାର ପାଣିଗ୍ରାହୀ, ଅଜିତ କୁମାର ସୁବୁଦ୍ଧି, ପ୍ରଦୀପ ସିଂ, ସଞ୍ଜୀବ କୁମାର ଦାସ,ପ୍ରଭାତ ତ୍ରିପାଠୀ ପ୍ରମୁଖ ଏହି ପ୍ରତିନିଧି ଦଳ ରାଜସ୍ଵ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।ଏହି ପ୍ରତିନିଧି ଙ୍କ ସହ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!