ବ୍ରହ୍ମପୁର, ୧୭/୦୧/୨୦୨୫: ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ଡ ନିବେଦିତା ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏ.ଆଇ. ଜ୍ଞାନକୌଶଳରେ ଏକ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସ୍ ତରଫରୁ କୋଡିନେଟର ଡ. ସ୍ୱର୍ଣ୍ଣଲତା ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡ଼ିଶାର ପ୍ରଥମ ଏ.ଆଇ କ୍ଲିନିକ୍ ବ୍ରହ୍ମପୁର ଡେଣ୍ଟାଲ୍ କ୍ଲିନିକ୍ ତରଫରୁ ଡାଃ ଦେବଯାନି ଦେବ, ଡାଃ ଶୁଭ୍ରା ସ୍ତୁତି ଦେବ ଏବଂ ଏ.ଆଇ. ଏକଜ୍ୟୁକ୍ଟିଭ ମନୋଜ ମହାରଣା ଉପସ୍ଥିତ ରହି ଏ.ଆଇ. ଜ୍ଞାନ କୌଶଳ ରେ କର୍ମଚାରୀ ଏବଂ ଛାତ୍ରୀମାନଙ୍କ ଦନ୍ତ ପରୀକ୍ଷା କରେଇଥିଲେ । ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ସ୍ଵର୍ଣ୍ଣଲତା ପାଢୀ ଏବଂ ଡ. ବାଣୀ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ରୀମାନଙ୍କ ପାଇଁ ଏଭଳି ଏକ ପ୍ରୟାସ ର ଭୂୟସୀ ପ୍ରଶଂସା କରିଥିଲେ ।