ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ଉଦଯାପିତ, ୧୦ ହଜାର ଦର୍ଶକଙ୍କୁ ନଚାଇଲେ ମଣ୍ଟୁ ଛୁରିୟା

0
16

ପୋଲସରା ୧୭/୦୧/୨୫ ପୋଲସରା ବ୍ଲକ ମଥୁରା ପଂଚାୟତ ଅନ୍ତର୍ଗତ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠରେ ତିନି ଦିନ ଧରି ଅନୁଷ୍ଠିତ ମାରଦା ମହୋତ୍ସବ ଜାନୁଆରୀ ୧୬ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ତଥା ମାରଦା ମହୋତ୍ସବ କମିଟିରର ସଭାପତି ଗୋକୁଳାନନ୍ଦ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଉଦଘାଟକ ଭାବେ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ । ଲୋକାରଣ୍ୟ ଦେଖି ଖୁସି ଅନୁଭବ କରି ଏହା ଜଗନ୍ନାଥ କରୁଣାରୁ ସମ୍ଭବ ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ଅତିଥିଭାବେ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପ୍ରମୁଖ ଯୋଗ ଦେଇ ମାରଦା ପୀଠର ଐତିହ୍ୟ ଉପରେ ଆଲୋକପାତ କରିଥିଲେ । ମନ୍ତ୍ରୀ ଶ୍ରୀ ମଳିକ ଓ ଆସିକା ସାଂସଦ ଶ୍ରୀମତୀ ପଟ୍ଟନାୟକ ଏହି ସଫଳତା ଅଞ୍ଚଳବାସୀ ଓ କମିଟିର ସଦସ୍ୟ ମାନଙ୍କ ସହ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହଯୋଗରେ ହୋଇଥିବା ପ୍ରକାଶ କରିଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ବିଜେପି ନେତ୍ରୀ ପିଙ୍କି ପ୍ରଧାନ, ମନ୍ତ୍ରୀଙ୍କ ସହଧର୍ମିଣୀ ସସ୍ମିତା ମଲିକ, ମହୋତ୍ସବ ର କାର୍ଯ୍ୟକାରୀ ସଭାପତି ପ୍ରଭାକର ପଣ୍ଡା, ସମୀକ୍ଷକ ଦୀପକ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ମହୋତ୍ସବ କମିଟିର ସମ୍ପାଦକ ଭବାନୀ ଶଙ୍କର ରଥଙ୍କ ଦ୍ବାରା ସମ୍ପାଦକିୟ ବିବରଣୀ ପଠନ କରାଯାଇଥିଲା। ଅତିଥି ମାନଙ୍କ ଦ୍ବାରା ଅଞ୍ଚଳର ବ୍ଯକ୍ତି ବିଶେଷଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଦେବାଶିଷ ସ୍ବାଇଁ ଓ ସୁପ୍ରଜିତ ସାହୁ ଭାସ୍ଯକାର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।ଅଞ୍ଚଳ ଓ ଅତିଥି କଳାକାର ସହ ମଣ୍ଟୁ ଛୁରିୟା ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ୧୦ ହଜାର ଦର୍ଶକ ଗୀତ ଓ ନାଚରେ ନାଚିଥିଲେ।

LEAVE A REPLY

Please enter your comment!
Please enter your name here