ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍‌ଯାପିତ

0
4

ବ୍ରହ୍ମପୁର,୧୭/୦୧/୨୦୨୫:ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ମହାମାୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପ୍ରଯୋଜିତ ତଥା ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ଅନ୍ତର୍ଗତ ଗତ ଆଠଦିନ ଧରି ଚ଼ାଲିଥିବା ଆତ୍ମସୁରକ୍ଷା ତାଲିମ୍ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷା ଡ଼ ନିବେଦିତା ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଆନୁକୁଲ୍ୟରେ ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପୂର୍ବତନ ବିଭାଗମୁଖ୍ୟ ଡ଼ ଶ୍ରୀମତୀ ସ୍ଵର୍ଣ୍ଣଲତା ପାଢ଼ୀ ସଭାରେ ସଭାପତିତ୍ବ କରି ମହାମାୟୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଥିଲେ ଓ ମହାବିଦ୍ୟାଳୟର ପୂର୍ବତନ ଇତିହାସ ବିଭାଗମୁଖ୍ୟ ଡ଼ ଶ୍ରୀମତୀ ବାଣୀ ପଟ୍ଟନାୟକ ସଭାରେଛାତ୍ରୀ ମାନଙ୍କଦ୍ୱାରା ଆତ୍ମସୁରକ୍ଷା ତାଲିମ୍ ର ଉପାଦେୟତା ବିଷୟରେ ସର୍ବଶେଷ ବିବରଣୀ ଉପସ୍ଥାପନା କରି ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ସଭାରେ ଛାତ୍ରୀମାନଙ୍କ ଦ୍ବାରା ଶାରିରୀକ କୌଶଳ ମାନ ପ୍ରଦର୍ଶିତ ହୋଇଥିଲା ।ଏହି ସଭାରେ ଶିବିରର ଚାରିଜଣ ପ୍ରଶିକ୍ଷିକା ଯୋଗ ଦେଇ ଛାତ୍ରୀ ମାନଙ୍କ ସାହାସବୃଦ୍ଧି କରାଇଥିଲେ । ସଭାଶେଷରେ ଆତ୍ମସୁରକ୍ଷା ତାଲିମ ରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।କାର୍ଯ୍ୟକ୍ରମ ସଂଯୋଜିକା ଶ୍ରୀମତୀ ଆଶାକିରଣ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବା ସହିତ ଉପସ୍ଥିତ ସମସ୍ତ ଶୁଦ୍ଧିବୃନ୍ଦ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here