Home ବ୍ରହ୍ମପୁର ସ୍ପେଶାଳ ମହାମାୟୀ କଲେଜରେ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ

ମହାମାୟୀ କଲେଜରେ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ

0
10

ବ୍ରହ୍ମପୁର, ୧୮/୦୧/୨୦୨୫: ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ୍ ଏବଂ ଜିଲ୍ଲା ସ୍ଵାସ୍ଥ୍ୟ ସମିତି, ଗଞ୍ଜାମ ତରଫରୁ ଏକ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାର ଙ୍କ ୧୦୦ ଦିନିଆ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଶିବିରରେ କଲେଜ ଅଧ୍ୟକ୍ଷା ଡ ନିବେଦିତା ମହାପାତ୍ର ଅଧ୍ୟକ୍ଷତା କରିଥିଲା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଯକ୍ଷ୍ମା ସେଲ ଅଧିକ୍ଷକ ଶ୍ରୀ ସୁଧିର କାନ୍ତ ବେହେରା, ଶ୍ରୀ ହେମନ୍ତ କୁମାର ଦାଶ ଓ ଡ. ସନ୍ତୋଷ କୁମାର ରାଜୁ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ସଚେତନ କରିଥିଲେ ।ଯୁବ ରେଡକ୍ରସ୍ ତରଫରୁ କୋଡିନେଟର ଡ. ସ୍ୱର୍ଣ୍ଣଲତା ପଟ୍ଟନାୟକ ଏବଂ ସୁରଭି ଗଉଡ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଶ୍ନୋତ୍ତର ମାଧ୍ୟମରେ ଛାତ୍ରୀମାନଙ୍କୁ ସଚେତନତା କରିବା ସହ ପୁରସ୍କୃତ କରାଯାଇ ଥିଲା I ଶେଷରେ ଅଧ୍ୟାପିକା ଶୁଭଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମସ୍ତେ ଯକ୍ଷ୍ମା ନିରାକରଣ ଦିଗରେ କାର୍ଯ୍ୟ କରିବାକୁ ଶପଥ ଗ୍ରହଣ କରିଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!