ବୁଗୁଡା, ୨୧/୧/୨୫ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପିପୁଲସ ଡିଗ୍ରୀ ମହାବିଦ୍ୟାଳୟରେ ଗତ କାଲି ଆରମ୍ଭ ହୋଇଥିବା ୪୭ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଜାନୁଆରୀ ୨୧ ତାରିଖ ଦିନ ଉଦଯାପିତ ହୋଇଯାଇଛି। ପ୍ରିନ୍ସପାଲ ହରିକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା ତହସିଲଦାର ତାପସ ରାଉତ ଯୋଗଦେଇଥିଲେ। ଏହି ଉଦଯାପନୀ କାର୍ଯ୍ୟକ୍ରମରେ +୩ କ୍ରୀଡା ସଙ୍ଘର ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ, +୨ କ୍ରୀଡା ସଙ୍ଘର ଉପସଭାପତି ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ, କ୍ରୀଡା ସଙ୍ଘର ସଦସ୍ୟ ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ପ୍ରଧାନ, ଦିଲ୍ଲୀପ କୁମାର ସେଠୀ ଓ ଶ୍ରୀକୃଷ୍ଣ ମଣ୍ଡଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କ୍ରୀଡା ଶିକ୍ଷକ କ୍ରୀଷ୍ଣା ରାଓ ପାତ୍ର ଓ ଏମ. ଶ୍ରୀନିବାସ ଦୋରା କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ।
+୩ ପୁରୁଷ ବିଭାଗରେ ପ୍ରକାଶ ଚନ୍ଦ୍ର ବେହେରା ଓ ମହିଳା ବିଭାଗରେ ତୁଳସୀ ପ୍ରଧାନ ଚମ୍ପିୟାନ ହୋଇଥିବା ବେଳେ +୨ ପୁରୁଷ ବିଭାଗରେ ରୁଦ୍ର ପ୍ରସାଦ ପୋଲାଇ ଓ ମହିଳା ବିଭାଗରେ ନନ୍ଦିନୀ ବେହେରା ଚମ୍ପିୟାନ ହୋଇଥିଲେ। ମୁଖ୍ୟ ଅତିଥି ଶ୍ରୀ ରାଉତ ଚମ୍ପିୟାନ ବିଜେତା ସମେତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଶେଷରେ ଶ୍ରୀନିବାସ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।