ବୁଗୁଡା , ୨୧/୧/୨୫ : ବୁଗୁଡା ବ୍ଳକର କାଦପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାନୁଆରୀ ୨୧ ତାରିଖ ଦିନ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅଭିଭାବକ ବୃନ୍ଦଙ୍କ ଅନ୍ତିମ ଦିବସ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ତାଲିମ ଶିବିରର ଉଦଯାପନୀ ଦିବସରେ ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଅଭିଭାବକଙ୍କ କର୍ତ୍ତବ୍ୟ ବିଷୟ ଓ ସରକାରୀ ଯୋଜନା ବିଷୟରେ କହିଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ସୋନାଲିନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ସାଧନ କର୍ମୀ ଭାବେ ଦିଲ୍ଲୀପ କୁମାର ଗନ୍ତାୟତ ଓ କମଳ ଲୋଚନ ପାଣିଗ୍ରାହୀ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଭିଭାବକ ବୃନ୍ଦଙ୍କୁ ତାଲିମ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ନାୟକ, ତ୍ରିନାଥ ମହାରଣା, ସିଆରସିସି ବିଶ୍ୱଜିତ ପରିଡା ଓ ସନ୍ତୋଷ କୁମାର ଡାକୁଆ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ତ୍ରର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ପ୍ରମୋଦ କୁମାର ମିଶ୍ର, ଶୁଭେନ୍ଦୁ ସ୍ୱାଇଁ , ବଦ୍ରୀ ପ୍ରସାଦ ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।