ବିଜେପିର ଯୋଗଦେଲେ ବିଜେଡିର ଶତାଧିକ କର୍ମୀ ଓ ସମର୍ଥକ

0
3

ପୋଲସରା ୨୨/ ୧/୨୫ ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ପଞ୍ଚାୟତର କଙ୍କୋରଡା ଗ୍ରାମରେ ଜାନୁଆରୀ ୨୨ ତାରିଖ ଦିନ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉପସ୍ଥିତିରେ ଖଣ୍ଡୁରୁ ପଞ୍ଚାୟତର ପୂର୍ବତନ ସରପଞ୍ଚ ରଂଜିତ ବାରିକଙ୍କ ନେତୃତ୍ୱରେ ସମିତି ସଭ୍ୟାଙ୍କ ପ୍ରତିନିଧି ସତ୍ୟବାଦୀ ସାହୁ, କୁମାର ପ୍ରଧାନ, ସୂର୍ଯ୍ୟନାରାୟଣ ନାୟକ, କାଁହୁ ଚରଣ ସାହୁ, ପ୍ରଭାକର ପାଣିଗ୍ରାହୀ, ପ୍ରଭାକର ନାୟକ, ସୁରେନ୍ଦ୍ର ପାଣିଗ୍ରାହୀ, ବିନାୟକ ପ୍ରଧାନ, ସନ୍ୟାସୀ ପ୍ରଧାନ, ବସନ୍ତ ପ୍ରଧାନ, ଲିଙ୍ଗରାଜ ସାହୁ, ସାଗର ପ୍ରଧାନ, ନାରାୟଣ ପ୍ରଧାନ, ସନ୍ତୋଷ ପ୍ରଧାନ, ଭାଗୀରଥି ପ୍ରଧାନ, ମୃତ୍ୟୁଞ୍ଜୟ ପ୍ରଧାନ ସମେତ ଶତାଧିକ ବିଜେଡି କର୍ମୀ ଓ ସମର୍ଥକ ବିଜେପିରେ ସାମିଲ ହୋଇଥିଲେ । ପଞ୍ଚାୟତର ବିକାଶ ଲାଗି ବିଜେଡି ଛାଡି ବିଜେପିରେ ସାମିଲ ହେଲୁ ବୋଲି ବିଜେପିରେ ମିଶିଥିବା କର୍ମୀମାନେ ପ୍ରକାଶ କରିଥିଲେ ।କଙ୍କୋରଡା ଗ୍ରାମରେ ସାଧାରଣ ବଣ୍ଟନ ସାମଗ୍ରୀ ଚାଉଳ, ମାଣ୍ଡିଆ ଓ ଗହମ ଆଦି ହିତାଧିକାରୀଙ୍କୁ ଗ୍ରାମରେ ବଣ୍ଟନ କରିବା ଓ ଯାତାୟାତର ସୁବିଧା ପାଇଁ ଏକ ପୋଲର ଆବଶ୍ୟକତା ଅଛି ବୋଲି ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ବିଜେପିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର ପ୍ରସାଦ ପାତ୍ର, ମଣ୍ଡଳ ସଭାପତି ଦୀପକ ପୋଲାଈ, ମହେଶ୍ୱର ପରିଡା, ବିଜେପିର ନଗର ସଭାପତି ପ୍ରଶନ ଡାକୁଆ, ରଘୁନାଥ ପ୍ରଧାନ, ମୋତିରାମ ସାହୁ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here