ବେଟି ବଚାଓ, ବେଟି ପଢାଓର ଜିଲ୍ଲାସ୍ତରୀୟ ଦଶବର୍ଷପୂର୍ତ୍ତି ପାଳନ ଉତ୍ସବ

0
3

ଛତ୍ରପୁର, ୨୨/୦୧/୨୦୨୫ : ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବେଟି ବଚାଓ ବେଟି ପଢାଓ ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ଏକ ଉତ୍ସବ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷଟି ଯୋଗଦେଇ ପିଲାମାନଙ୍କୁ ସେମାନଙ୍କର ଅଧିକାର ଏବଂ ଭବିଷ୍ୟତ ସୁରକ୍ଷାର ସମ୍ପର୍କରେ ବାର୍ତ୍ତା ଦେଇ ଉତ୍ସାହିତ କରିଥିଲେ । ସମାଜରେ ଝିଅମାନେ ହେଉଛନ୍ତି ମୁଖ୍ୟ, ସେମାନଙ୍କୁ ଉପଯୁକ୍ତ ଅଧିକାର ଓ ସୁବିଧା ଦେବା ଏହା ଆମ ସମସ୍ତଙ୍କର ପ୍ରାଥମିକ ଦାୟିତ୍ବ ହୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାର ପ୍ରତିଟି ବ୍ଲକ୍ ଏବଂ ସହରାଞ୍ଚଳରୁ ବଛାହୋଇ ଆସିଥିବା ୪୮ ଜଣ କିଶୋରୀ ବାଳିକା ଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ବେଟି ବଚାଓ ବେଟି ପଢାଓର ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବିଦା ପରବୀନ୍ , ଏସ୍.ଡବ୍ଲ୍ୟୁ.ଓ. ପଦ୍ମିନୀ ସାହୁ, ଓମ୍ୟାନ ଆକ୍ଟିଭିଷ୍ଟ ଅଳକା ସାହୁ, ସେଣ୍ଟର ଆଡମିନିଷ୍ଟେଟର ଓ୍ବାନ ଷ୍ଟପ୍ ସେଣ୍ଟର ବ୍ରହ୍ମପୁର, ଡ ପି.ସି.ଗୌଡ ସୁପରିଟେଣ୍ଡେଣ୍ଟ ଉପଖଣ୍ଡ ଚିକିତ୍ସାଳୟ ଛତ୍ରପୁର, ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଭ୍ୟମାନେ ମଧ୍ୟ ଯୋଗଦେଇ ନିଜର ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆକସନ୍ ଏଡ୍ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ସଞ୍ଚାଳନା କରିଥିଲେ ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ସୁଜିତ୍ କୁମାର ସାହୁ, ସୁଦାମ ପାଣିଗ୍ରାହୀ,ଶିବ ରଥ , ସୁଶାନ୍ତ କୁମାର ସାହୁ, ସମରେନ୍ଦ୍ର ଶତପଥୀ ପ୍ରମୁଖ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅରୁଣାର ପ୍ରକଳ୍ପ ସଂଯୋଜକ ମାର୍କଣ୍ଡ ମିଶ୍ର ଅନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ସିଡିପିଓ ଏବଂ ୨୪ ଜଣ ଅଙ୍ଗନଓ୍ବାଡି କର୍ମୀ, ୧୦ ଜଣ ଆଶା କର୍ମୀ ମଧ୍ୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଶେଷରେ ବେଟି ବଚାଓ, ବେଟି ପଢାଓ ର ଏକ ସଚେତନତା ପାଇଁ ଏକ ସଚେତନତା ଶୋଭାଯାତ୍ରା ଏବଂ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here