ମୋଟାବାଡି ଗ୍ରାମରେ ମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

0
2

ବୁଗୁଡ଼ା ୨୩/୦୧/୨୫ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ଗ୍ରାମରେ ଜାନୁଆରୀ ୨୩ ତାରିଖ ଦିନ ପୋଲସରା ବିଧାୟକ ତଥା ମତ୍ସ୍ୟ କ ପ୍ରାଣୀ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମନ୍ତ୍ରୀ ଶ୍ରୀ ମଳିକଙ୍କୁ ଗ୍ରାମକୁ ପଟୁଆରରେ ପାଛୋଟି ନେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇ ତାହାର ସୁଫଳ ନେବାପାଇଁ ପରାମର୍ଶ ଦେଇଥିଲେ। ଏହା ସହିତ ଯେକୌଣସି ଲୋକଙ୍କ ଅସୁବିଧା ହେଲେ ସିଧାସଳଖ ମୋ ସହିତ ଯୋଗାଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇ ବାଲିଛାଇ, ନାଗିରି ଓ ଠଣାପଲ୍ଲୀ ଗ୍ରାମର ନାମ ମୋଟାବାଡି ପଞ୍ଚାୟତ ତାଲିକାରେ ନଥିବା ହେତୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହାକୁ ସ୍ଥାନିତ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ମୋଟାବାଡି ଗ୍ରାମର ଲୋକଙ୍କ ବିଭିନ୍ନ ଅଭିଯୋଗ ପତ୍ର ଗ୍ରହଣ କରି ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଏହାର ସମାଧାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିଲେ। ଏହି ଅବସରରେ ଡାକରାବାଡି ଗ୍ରାମର ଭାସ୍କର ପ୍ରଧାନ, ସୁଶାନ୍ତ ପ୍ରଧାନ, ଗୌର ପ୍ରଧାନ, ସନ୍ତୋଷ ପ୍ରଧାନ, ବିଶୁ ପ୍ରଧାନ, ବିପ୍ର ପ୍ରଧାନ, ଶରତ ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ଜନସମ୍ପର୍କ ଓ ସହଯୋଗରେ ଆକୃଷ୍ଟ ହୋଇ ବିଜେଡି ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକ ସମସ୍ତଙ୍କୁ ବିଜେପି ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରାଇଥିଲେ। ମନ୍ତ୍ରୀଙ୍କ ସହ ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ସମିତି ସଭ୍ୟ ଶିବଶଙ୍କର ପ୍ରଧାନ, ଗଙ୍ଗାଧର ନାୟକ, ହରିହର ସାହୁ, ମଦନ ଗୋପାଳ ଦୋରା, ସୁନୀଲ ପାଢ଼ୀ, ସୁଶାନ୍ତ କୁମାର ରାଉତ, ବସନ୍ତ କୁମାର ସାମଲ, ଉମାଶଙ୍କର ଜେନା, ଦିଲ୍ଲୀପ ପ୍ରଧାନ, ସୁଶାନ୍ତ କୁମାର ଡାକୁଆ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here