ବରାହ ଲକ୍ଷ୍ମୀ ନୃସିଂହ କାମେଶ୍ବରୀଙ୍କ ବିଶ୍ଵଶାନ୍ତି ମହାବିଷ୍ଣୁ ପଞ୍ଚୁ ମହାଯଜ୍ଞ ଉଦଯାପିତ

0
13

ବ୍ରହ୍ମପୁର,୨୫/୦୧/୨୦୨୫ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡାରେ ଗ୍ରାମରେ ବେଶ ଆଡ଼ମ୍ବରରେ ଚାଲିଛି ବରାହ ଲକ୍ଷ୍ମୀ ନୃସିଂହ କାମେଶ୍ବରୀଙ୍କ ବିଶ୍ଵଶାନ୍ତି ମହାବିଷ୍ଣୁ ପଞ୍ଚୁ ମହାଯଜ୍ଞ । ଗତ ୧୭ ତାରିଖରୁ ପଞ୍ଚୁ ମହାଯଜ୍ଞ ଆରମ୍ଭ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ ଅର୍ଥାତ୍ ଗତ ଶୁକ୍ରବାର ଦିନ ସହ ସହ ମହିଳା ମାନେ ପ୍ରତାପୁରୁ ଉତେରେଶ୍ୱର ଋଷିକୂଲ୍ୟା ନଦୀରୁ ଜଳ ଆଣିବା ପରେ କଳସ ଯାତ୍ରା ,ଦୀକ୍ଷା ଗ୍ରହଣ, ଅଙ୍କୁରାରୋପଣ ଓ ନାମ ଅଧିବାସ ଆରମ୍ଭ ହୋଇଥିଲା । ଶନିବାର ନୃସିଂହ ମହାପ୍ରଭୁଙ୍କ ବିବାହ, ନଗର ପରିକ୍ରମା, ନାମଯଜ୍ଞ, ଘୃତ ଯଜ୍ଞ, ଜ୍ଞାନଯଜ୍ଞ, ଗୋଯଜ୍ଞ ଓ ଅନ୍ନଯଜ୍ଞ ଆରମ୍ଭ ହୋଇଥିଲା । ରବିବାର ପ୍ରଭୁଙ୍କ ସିଂହାସନ ଆରୋହଣ, ନାମଯଜ୍ଞ, ଘୃତ ଯଜ୍ଞ, ଜ୍ଞାନଯଜ୍ଞ, ଗୋଯଜ୍ଞ ଓ ଅନ୍ନଯଜ୍ଞ ହୋଇଥିଲା । ସେହିପରି ସୋମବାର, ମଙ୍ଗଳବାର, ବୁଧବାର ଓ ଗୁରୁବାର ନାମଯଜ୍ଞ, ଘୃତ ଯଜ୍ଞ, ଜ୍ଞାନଯଜ୍ଞ, ଗୋଯଜ୍ଞ ଓ ଅନ୍ନଯଜ୍ଞ ଜାରି ରହିଥିଲା । ଶୁକ୍ରବାର ଘୃତଯଜ୍ଞ, ଜ୍ଞାନଯଜ୍ଞ ଓ ଗୋଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା । ଆଜି ଶେଷ ଦିନରେ ନାମଯଜ୍ଞ ବିଶ୍ରାମ, ଦଧିଭାଣ୍ଡ ଭଞ୍ଜନ ନଗର କିର୍ତ୍ତନ ଓ ପ୍ରସାଦ ସେବନର କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ବରିଷ୍ଠ ବ୍ରାହ୍ମଣ ପଣ୍ଡିତ ମାନେ ଆସି ଯଜ୍ଞ ମାନ କରିଥିଲେ । ପ୍ରତିଦିନ ଏହି ପଞ୍ଚୁ ମହାଯଜ୍ଞ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଲାଗୁଛି । ଯଜ୍ଞ ଦେଖିବା ସହ ଲୋକେ ମୀନା ବଜାର ବୁଲି ଆନନ୍ଦ ଉଠାଉଛନ୍ତି । ୮ ଦିନ ଧରି ଚାଲିଥିବା ପଞ୍ଚୁ ମହାଯଜ୍ଞ ଆଜି ଉଦଯାପିତ ହୋଇଥିବା ବେଳେ ଏଥିରେ ଭାଟକୁମରଡା ଗାଁର ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଓ ଗ୍ରାମବାସୀ ସହଯୋଗ କରିଥିଲେ । ଜିଲ୍ଲା ପ୍ରଶାସନ ଓ ପୋଲିସର ବହୁ ସହଯୋଗ ରହିଥିବା ବେଳେ ଅତି ଶାନ୍ତି ଶୃଙ୍ଖଳାର ଲକ୍ଷ୍ମୀ ନୃସିଂହ କାମେଶ୍ବରୀଙ୍କ ବିଶ୍ଵଶାନ୍ତି ମହାବିଷ୍ଣୁ ପଞ୍ଚୁ ମହାଯଜ୍ଞ ଉଦଯାପିତ ହୋଇଛି ।

LEAVE A REPLY

Please enter your comment!
Please enter your name here