ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ସମୀକ୍ଷା।କୋରାପୁଟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବାକୁ ନିର୍ଦ୍ଦେଶ

0
16

କୋରାପୁଟ,୨୫/୦୧/୨୦୨୫:
କୋରାପୁଟ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା ବିଭାଗର ସମୀକ୍ଷା ବୈଠକ କରିଛନ୍ତି । ଏହି ସମୀକ୍ଷା ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟକ ରୂପୁ ଭତ୍ରା, କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ , ଏସପି ରୋହିତ ବର୍ମା,ଜିଲ୍ଲା ପରିବହନ ଅଧିକାରୀ ରାଜେଶ ମାରାଣ୍ଡି,ଜିଲ୍ଲା ପରିବହନ ମ୍ୟାନେଜର ଶ୍ରୀନିବାସ ପାଣିଗ୍ରାହୀ ଓ ଖଣି ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଯେଉଁ ଯେଉଁ ରୁଟରେ ସରକାରୀ ବସ ଚଳାଚଳ କରୁ ନାହିଁ ସେହି ସ୍ଥାନ ଗୁଡ଼ିକୁ ଲକ୍ଷ୍ମୀ ବସ ସେବା ଯୋଗାଇଦେବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । କୋରାପୁଟ ସଦର ମହକୁମାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମଦ୍ୟପାନ କରି ଗାଡ଼ି ଚଳାଇବା ଦ୍ବାରା ବେଶୀ ଦୁର୍ଘଟଣା ହେଉଛି ।ତେଣୁ ରେଗୁଲାର ତଦାରଖ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ବେଆଇନ ଭାବେ ଚାଲାଣ ହେଉଥିବା ଲଘୁ ଖଣିଜ ପରିବହନକୁ ରୋକିବାକୁ ଆଞ୍ଚଳିକ ପରିବହନ ଏବଂ ଖଣି ବିଭାଗ ମିଳିତ ଭାବେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଜୟପୁର ଏୟାର ପୋର୍ଟର ଥ୍ରୀ ସି କେଟଗୋରୀ କୁ ସମ୍ପ୍ରସାରଣ ପାଇଁ ଡିପିଆର ପ୍ରସ୍ତୁତ କରାଯିବ।ଏଥି ନିମନ୍ତେ ଜମି ଅଧିଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଭି କୀର୍ତ୍ତି ୱାସନ କହିଛନ୍ତି ।ବେଆଇନ ଖଣି ଚାଲାଣ କୁ ରୋକିବାକୁ ଆଞ୍ଚଳିକ ପରିବହନ ଓ ଖଣି ବିଭାଗ ସହିତ ପୋଲିସର ଏକ ଟିମ୍ ଗଠନ କରାଯାଇଛି ବୋଲି ସେ କହିଛନ୍ତି। ତତ୍ ସହିତ ଆସନ୍ତା ୨୭ ତାରିଖରେ କୋରାପୁଟରୁ ପ୍ରୟାଗରାଜକୁ ମହାକୁମ୍ଭ ମେଳା ଦର୍ଶନ କରିବାକୁ ସରକାରୀ ବସର ଶୁଭାରମ୍ଭ କରାଯିବ।କିନ୍ତୁ କୋରାପୁଟ ସହରର ଜନସାଧାରଣ ଉକ୍ତ ବସରେ ଟିକେଟ କରିବା ସମ୍ଭବପର ହୋଇ ନ ଥିବାରୁ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।କୋରାପୁଟରୁ ବସ ବାହାରିବ କିନ୍ତୁ କୋରାପୁଟ ଲୋକେ କାହିଁକି ଟିକେଟ ପାଇଲେ ନାହିଁ ବୋଲି ମନ୍ତ୍ରୀ ଜିଲ୍ଲା ପରିବହନ ମ୍ୟାନେଜରଙ୍କୁ ପ୍ରଶ୍ନ ପଚାରି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଯେପରି କୋରାପୁଟର ଜନସାଧାରଣ ଟିକେଟ ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here