ଜିଲ୍ଲାପାଳ ଙ୍କ ଛତ୍ରପୁର ବ୍ଲକ ର ବଉଳ ଗାଁ ଓ ରୁକୁଣୀ ଗାଁ ସୋସାଇଟି ଧାନମଣ୍ଡି ପରିଦର୍ଶନ

0
7

ଛତ୍ରପୁର, ୨୯/୦୧/୨୦୨୫: ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଛତ୍ରପୁର ବ୍ଲକ ର ବଉଳ ଗାଁ ଓ ରୁକୁଣୀ ଗାଁ ସୋସାଇଟି ଧାନମଣ୍ଡି ପରିଦର୍ଶନ କରି କୃଷକ ମାନଙ୍କର ସମସ୍ତ ସୁବିଧା ଅସୁବିଧା ପଚାରି ବୁଝିଥିଲେ ଏବଂ ମଣ୍ଡି ଅଧିକାରୀଙ୍କୁ ଯଥାଶୀଘ୍ର ଚାଷୀଙ୍କ ଠାରୁ ଧାନ ଉଠାଇବା ପାଇଁ ତାଗିଦ୍ କରିଥିଲେ । ଛତ୍ରପୁର ବ୍ଲକ୍ ର ଶତକଡା ୩୭ ପ୍ରତିଶତ ଧାନ କିଣା ସରିଛି ଏବଂ ସମଗ୍ର ଗଞ୍ଜାମ ଜିଲ୍ଲାର ଶତକଡା 58 ପ୍ରତିଶତ ଧାନ କ୍ରୟ ସମାପ୍ତ ହୋଇଛି । ଜିଲ୍ଲାପାଳ ଶ୍ରୀ ପରିଡା ମଣ୍ଡି ପରିଦର୍ଶନ କରି ଧାନ କିଣାକୁ ତ୍ବରାନ୍ବୀତ କରିବା ପାଇଁ ପରାମର୍ଶ ଦେଇଥିଲେ । ଟୋକନ୍ ଲାପସ୍ (ସମୟ ସୀମା ବିତିଯିବା) ହେବା ଗୁଜବ ପ୍ରଚାରକୁ ବିଶ୍ବାସ ନ କରିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ସେମାନଙ୍କୁ ଆଶ୍ବାସନା ଦେଇଥିଲେ ଯେ, ସମସ୍ତ ପଞ୍ଜିକୃତ ଚାଷୀ ନିର୍ଦ୍ଧାରୀତ ସମୟ ମଧ୍ୟରେ ମଣ୍ଡିରେ ଧାନ ବିକ୍ରୟ କରିପାରିବେ । ଅବଧି ସମାପ୍ତ ହେବାକୁ ଥିବା ଧାନ କିଣା ଟୋକନ୍ ଗୁଡିକର ସମୟ ସୀମା ଆଉ 15 ଦିନ ବୃଦ୍ଧି କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୌଣସି ଚାଷୀଙ୍କର ଯେପରି କିଛି ଅସୁବିଧା ହେବ ନାହିଁ ସେଥିପ୍ରତି ପ୍ରଶାସନ ସଜାଗ ରହିଛି ।
ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶୀଷ ବରାଳ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ସମବାୟ ସମିତିର ସହକାରୀ ନିବନ୍ଧକ ( ଏ.ଆର୍.ସି.ଏସ୍) ଯୋଗମାୟା ସାବତ, ସହକାରୀ ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ପାଲ, ଏମ. ଆଇ. ଛତ୍ରପୁର ବର୍ଷାରାଣୀ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here