ବୁଗୁଡା, ୨/୨/୨୫ : ଫେବୃଆରୀ ୧ ତାରିଖ ରାତ୍ରରେ ଆଜ୍ଞାପ୍ରସାଦ ଗ୍ରାମରେ ଜନ୍ମଦିନ ଭୋଜି ଖାଇ ଫେରୁଥିବା ବେଳେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ମୁତ୍ଯୁ ମୁଖରେ ପଡିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ମୁତ୍ଯୁସହ ସଂଗ୍ରାମ କରୁଛନ୍ତି। ଘଟଣାରୁ ଜଣାପଡ଼ିଛିଯେ ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ତାକରଡା ଗ୍ରାମର ଶିବରାମ ନାୟକ ପିତା ସାଇବ ଓ ଶିବରାମ ନାୟକ ପିତା ହାଡୁବନ୍ଧୁ ଦୁଇ ଜଣ ଅବିବାହିତ ଯୁବକଙ୍କ ବିବାହ ପାଇଁ ନିର୍ବନ୍ଧ ସରିଥିବା ବେଳେ ନିକଟରେ ବିବାହ ହୋଇଥାନ୍ତା। ଦୁହେଁ ମିଶି ଏକ ବାଇକରେ ଜନ୍ମ ଦିନ ଭୋଜି ଖାଇ ନିଜ ଗ୍ରାମ ତାକରଡା କୁ ଫେରୁଥିବା ବେଳେ ରାଜ୍ୟ ସଡ଼କର କରଚୁଲି ଜଙ୍ଗଲ ମଧ୍ୟରେ ବାଇକ ଦୁର୍ଘଟଣା ଘଟିଥିଲା। ଖବର ପାଇ ତାକରଡା ସରପଞ୍ଚ ଦିଲ୍ଲୀପ ପ୍ରଧାନଙ୍କ ସମେତ ଗ୍ରାମର କିଛି ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଦ୍ୱାରା ବୁଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମେଡିକାଲରେ ଡାକ୍ତର ଶିବରାମ ନାୟକ ପିତା ସାଇବଙ୍କୁ ମୁତ୍ଯୁ ଘୋଷଣା କରିଥିବା ବେଳେ ଗୁରୁତର ଆହତ ଶିବରାମ ନାୟକ ପିତା ହାଡୁଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବ୍ରହ୍ମପୁର ମେଡ଼ିକାଲରେ ଆହତ ଶିବରାମ ବର୍ତ୍ତମାନ ମୁତ୍ଯୁ ସହ ସଂଗ୍ରାମ କରୁଥିବା ଜଣାପଡିଛି। ଖବର ପାଇ ବୁଗୁଡା ଥାନା ପୋଲିସ୍ ବୁଗୁଡା ମେଡ଼ିକାଲରେ ପହଞ୍ଚି ଶିବରାମ ନାୟକ ପିତା ସାଇବଙ୍କ ମର ଶରୀରକୁ ଜବତ କରି ବୁଗୁଡା ପୋଲିସ ଥାନା କେଶ ନଂ ୭୩/୨୫ ପ୍ରକାରେ ଏକ ମାମଲା ରୁଜୁ କରି ଶବ ବ୍ଯବଛେଦ ପାଇଁ ପଠାଇବା ସହ ତଦନ୍ତ ଚାଲୁ ରହିଥିବା ବୁଗୁଡା ପୋଲିସ ଆଇଆଇସି ସିତାଂଶୁ ଶେଖର ମାନ୍ଧାତା ପ୍ରକାଶ କରିଛନ୍ତି।