ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ତିଳ ସପ୍ତମୀ

0
8

ବୁଗୁଡ଼ା: ୦୪/୦୨/୨୫ ବୁଗୁଡ଼ା ଅଞ୍ଚଳର ପ୍ରସିଦ୍ଧ କାଷ୍ଠ କୋଣାର୍କ ଭାବେ ଖ୍ୟାତି ଲାଭ କରିଥିବା ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ତିଳ ସପ୍ତମୀ ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷ ରୁ ଠାକୁରଙ୍କ ମଙ୍ଗଳ ଆଳତି, ଅବକାଶ ନୀତି ବଢିବା ପରେ ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ରେ ପୁରୋହିତ ଚିତ୍ତ ରଂଜନ ମିଶ୍ର ଙ୍କ ତତ୍ତ୍ଵାବଧାନରେ ପଣ୍ଡିତ ବୈଷ୍ଣବ ଚରଣ ଦାଶ, ଚିନ୍ମୟ ଦାଶ, ଶ୍ରୀକାନ୍ତ ମିଶ୍ର, ଶିବ ପ୍ରସାଦ ଦାଶ, ସୁବାଷ ଚନ୍ଦ୍ର ଦାଶ ଯୋଗ ଦେଇ ରଥ ପ୍ରତିଷ୍ଠା କରିବା ସହ ହୋମ କାର୍ଯ୍ୟ ସମ୍ପାଦନ କରିଥିଲେ। ସନ୍ଧ୍ୟାରେ ଆଳତୀ ପରେ ଠାକୁରଙ୍କ ବିଜେ ପ୍ରତିମା କୁ ସୁସଜ୍ଜିତ ରଥରେ ବସାଇ ବଳଦେବ ମନ୍ଦିର ପର୍ଯ୍ୟନ୍ତ ଟଣାଯାଇଥିଲା। ଏହି ଯାତ୍ରାରେ ବିଭିନ୍ନ ଲୋକନୃତ୍ୟ, ବାଣ ପଟୁଆର, ବାଦ୍ୟ ବାଜଣା ସାମିଲ ହୋଇଥିଲେ। ମଠର ମହନ୍ତ ଭକ୍ତରାମ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ପୂଜକ ଉମାକାନ୍ତ ଦାଶ, ଡକ୍ଟର ସ୍ଥିତଧୀ ରଥ, ପ୍ରମୁଖ ସହଯୋଗ କରିଥିଲେ। ସମଗ୍ର ଓଡ଼ିଶାରେ କୋଣାର୍କ ବ୍ୟତୀତ କେବଳ ବୁଗୁଡ଼ା ର ବିରଞ୍ଚି ନାରାୟଣ ମନ୍ଦିରରେ ହିଁ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ।

LEAVE A REPLY

Please enter your comment!
Please enter your name here