ବାଲିପଦରରେ କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

0
25

ବୁଗୁଡ଼ା, ୦୬/୦୨/୨୫: ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା କରି ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ଜ୍ଞାନର ବିକାଶ କ୍ଷେତ୍ରରେ ସହାୟକ ହେବାକୁ ଚେଷ୍ଟା କରୁଛନ୍ତି। ସରକାର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭାଷା ଓ ସଂଖ୍ୟା ଜ୍ଞାନକୁ ଗୁରୁତ୍ବ ଦେଇ ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ବିଦ୍ୟାର୍ଥୀଙ୍କୁ ନେଇ ନିପୁଣ ଓଡିଶା ମେଳା ବୁଗୁଡ଼ା ବ୍ଳକର ବାଲିପଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସି.ଆର.ସି.ସି. ବିଶ୍ବଜିତ୍ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ବିଦ୍ଯାଳୟର ପ୍ରଧାନ ଶିକ୍ଷୟତ୍ରୀ ଶର୍ମିଳା ରାଣୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳାକୁ ଉଦ୍ ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ରଥ, ରାଜା ଗୋପାଳ ନାୟକ, ଅଧ୍ୟାପକ ମହେଶ ପଟ୍ଟନାୟକ ଓ ପ୍ରମିତା କୁମାରୀ ପଟ୍ଟନାୟକ ଯୋଗଦେଇଥିଲେ। ଏହି ମେଳାରେ ବାଲିପଦର କ୍ଲଷ୍ଟରର ୧୧ ଗୋଟି ବିଦ୍ୟାଳୟର ୧୧୦ ଜଣ ଛାତ୍ରଛାତ୍ରୀ ନିଜ ନିଜ ପ୍ରସ୍ତୁତି ପ୍ରକଳ୍ପ ଗୁଡିକୁ ପ୍ରଦର୍ଶନ କରିଥିଲେ। ୫୦ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଓ ୧୧୦ ଜଣ ଅଭିଭାବକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତାକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇ ପୁରସ୍କୃତ କରାଯାଇଥିଲା। ଶେଷରେ ପିତାମ୍ବର ଗୌଡ ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here