ପୋଲସରା, ୬/୨/୨୫ : ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଘରେ ପଶି ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ ଅଭିଯୋଗରେ ସେହି ଗ୍ରାମର ମହିଳା ଓ ପୁରୁଷ ମିଶି ୬ ଜଣଙ୍କୁ ପୋଲସରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି। ଘଟଣା ପ୍ରକାରେ ଗତ ୨୧/୧/୨୫ ତାରିଖ ଦିନ ମଥୁରା ଗ୍ରାମର ଶରତ ନାୟକଙ୍କ ଧର୍ମପତ୍ନୀ ଗୀତାଞ୍ଜଳୀ ନାୟକଙ୍କ ଘର ଭିତରକୁ ସେହି ଗ୍ରାମର ୧- ବିଦୁର ବିଷୋୟୀ ପି: ଲଡୁ, ୨- ସଞ୍ଜୟ ବିଷୋୟୀ ପି: ଲଡୁ, ୩- ଯମୁନା ବିଷୋୟୀ ସ୍ୱା: ସଞ୍ଜୟ, ୪- ସବିତା ବିଷୋୟୀ ସ୍ୱା: ବିଦୁର, ୫- ସନିଆ ବିଷୋୟୀ ପି: ବିଦୁର, ଓ ୬- ବିଜ୍ଞାନୀ ବିଷୋୟୀ ପି: ସଞ୍ଜୟ ପଶି ଗୀତାଞ୍ଜଳୀଙ୍କୁ ଟଣା ଓଟରା କରିବା
ଉଲଗ୍ନ କରିବାକୁ ଚେଷ୍ଟା କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ଗୀତାଞ୍ଜଳୀ ନାୟକଙ୍କ ଏତଲା ପ୍ରକାରେ ପୋଲସରା ଥାନା କେଶ ନଂ ୪୪/୨୦୨୫ ପ୍ରକାରେ ଏକ ମାମଲା ରୁଜ୍ଜୁ କରି ଅନୁସନ୍ଧାନ କରିଥିଲେ। ଅନୁସନ୍ଧାନ ପରେ ବିଦୁର ବିଷୋୟୀ, ସଞ୍ଜୟ ବିଷୋୟୀ, ଯମୁନା ବିଷୋୟୀ, ସବିତା ବିଷୋୟୀ, ସନିଆ ବିଷୋୟୀ ଓ ବିଜ୍ଞାନୀ ବିଷୋୟୀ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।