ବଡପଙ୍କଳବାଡି କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ।

0
11

ପୋଲସରା, ୦୭/୦୨/୨୫: ପୋଲସରା ବ୍ଲକର ବଡପଙ୍କଳବାଡି କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଫେବୃୟାରୀ ୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି।ବଡପଙ୍କଳବାଡି କ୍ଲଷ୍ଟର ସ୍ଥିତ ଚିରିକିପଡା ଶାସନ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବୁଲୁ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ସମିତିସଭ୍ଯ ରଞ୍ଜନ ସାହୁ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ବରୂପ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଡିଆଇଟି ର ସରୋଜିନୀ ମିଶ୍ର, ଖଲ୍ଲିକୋଟ ସିଆରସିସି ପ୍ରଜ୍ଞା ପଟନାୟକ, ନାଏବ ସରପଞ୍ଚ ନିର୍ମଳା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ଲକ୍ଷ୍ମୀ ସାହୁ ଯୋଗଦେଇଥିଲେ। ଏହି ମେଳାରେ ଉପସ୍ଥିତ ସମସ୍ତେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରର ସହଯୋଗ କରିବା ପାଇଁ ମିଳିତ ଭାବେ ଶପଥ ପାଠ କରିଥିଲେ ।ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ ନୂତନ ଶିକ୍ଷାନୀତି ଅନୁଯାଇ କେବଳ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଞ୍ଜାନ ଦକ୍ଷତା ବୃଦ୍ଧିକରି ସେମାନଙ୍କ ସର୍ବାଙ୍ଗୀନ ବିକାଶ ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ସରକାର ଏହି ଅଭିନବ ଯୋଜନା ଆରମ୍ଭ କରିଛନ୍ତି ବୋଲି ପ୍ରକାଶ କହିଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ଭାଷାଜ୍ଞାନ,ସଂଖ୍ୟାଞ୍ଜାନ, ସୃଜନଶୀଳ ଓ ମତାମତ ଷ୍ଟଲ୍ ଗୁଡିକୁ ଅତିଥିମାନେ ଦେଖିବାସହ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନ ପଚାରି ବୁଝିଥିଲେ। ଏହି ଅବସରରେ ମେଳାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ କରିବା ଉଦ୍ଦେଶ୍ୟରେ “ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରିୟ ନିପୁଣ ଓଡ଼ିଶା ମେଳା -୨୦୨୫” ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ସହକାରୀ ଶିକ୍ଷକ ରବିନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବାବଳେ ସିଆରସିସି ଜିତେନ୍ଦ୍ର କୁମାର ସାହୁ ସମ୍ଯକ ସୂଚନା ଓ ନିପୁଣ ଓଡିଶା ମେଳାର ପଞ୍ଚସୁତ୍ରର ଜ୍ଞାନ ଉପରେ ଆଲୋକପାତ କରିବା ସହିତ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here