ମାଣିତରା କ୍ଲଷ୍ଟରରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

0
15

ବୁଗୁଡା, ୦୭/୦୨/୨୦୨୫ : ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକର ମାଣିତରା କ୍ଲଷ୍ଟର ଅନ୍ତର୍ଗତ ଶଙ୍କୁରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫେବୃୟାରୀ ୬ ତାରିଖ ଦିନ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ମାଣିତରା କ୍ଲଷ୍ଟର ସିଆରସିସି ଶଶିକାନ୍ତ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ନିପୁଣ ଓଡିଶା ମେଳାରେ ମୁଖ୍ୟ ଅତିଥି ଭାବେ ତାଳସାକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିମାଞ୍ଚଳ ସେଠୀ, ମୁଖ୍ୟବକ୍ତା ଭାବେ କାମରାଜୁ ସାହାଣୀ ଏବଂ ସମ୍ମାନିତ ଅତିଥି ଭାବେ ଶଙ୍କୁରୁ ପଞ୍ଚାୟତ ସମିତି ସଭ୍ୟ ବିଷ୍ଣୁ ପ୍ରସାଦ ପରିଡା ଓ ଚିଲିଖମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିରଣ କୁମାର ବେହେରା ଯୋଗଦେଇ ଥିଲେ। ମେଳାରେ ୧୩ ଜଣ ଶିକ୍ଷକ, ୧୩୦ ଜଣ ଛାତ୍ରଛାତ୍ରୀ ଓ ୧୩୦ ଜଣ ଅଭିଭାବକ ଭାଗ ନେଇଥିଲେ। ପ୍ରଥମେ ଲୋଗୋ ଉନ୍ମୋଚନ ହେବାପରେ ନିପୁଣ ଓଡ଼ିଶା ସଙ୍ଗୀତ ଗାନ ଓ ନିପୁଣ ଓଡ଼ିଶା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗାଇଡ଼ ଟିଚରଙ୍କ ତତ୍ତ୍ୱାବଧାନରେ ପ୍ରତ୍ୟେକ ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ପ୍ରକଳ୍ପ ଗୁଡିକ ମେଳାକୁ ଆଣିଥିଲେ। ମେଳାରେ ସଂଖ୍ୟା ଜ୍ଞାନ ଷ୍ଟଲ୍, ସାକ୍ଷରତା ଜ୍ଞାନ ଷ୍ଟଲ୍, ସୃଜନାତ୍ମକ କାର୍ଯ୍ୟକଳାପ ଷ୍ଟଲ୍ ଓ ମତାମତ ଷ୍ଟଲ୍ ଖୋଲାଯିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ନିମନ୍ତେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ କରାଯାଇଥିଲା।
ଅଭିଭାବକମାନଙ୍କ ମତାମତ ଗ୍ରହଣ କରାଯାଇଥିଲା।ମଧ୍ୟାହ୍ନ ଭୋଜନ ପରେ ବୈଠକ ଅନୁଷ୍ଠିତ ହୋଇଥିଲା। ସଙ୍ଗୀତ ଗାନ, ନୃତ୍ୟ ପରିବେଷଣ, ବକୃତା ପ୍ରତିଯୋଗୀତାରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। କୃତ୍ତିତ୍ୱ ହାସଲ କରିଥିବ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।
ଶଙ୍କୁରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବେହେରା, ସହକାରୀ ଶିକ୍ଷକ ଶ୍ୟାମ ସୁନ୍ଦର ବେହେରା, ଶିବରାମ ଆପାଟ, ସୁନୀତା ବେହେରା, ଜିତେନ୍ଦ୍ର କୁମାର ନାୟକ, ରୁନି ସାହୁ, ସୁଜାତା ସାହୁ, ନରେନ୍ଦ୍ର କୁମାର ନାୟକ, ସନ୍ତୋଷ କୁମାର ପାତ୍ର, ଅନୁପ କୁମାର ଖଡଙ୍ଗା, ହାଡୁବନ୍ଧୁ ନାୟକ, ପ୍ରଦୀପ ସେଠୀ, ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଘୋଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here