ଶିରିଡ଼ି ସାଇବାବା ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା

0
17

ପୋଲସରା, ୭/୨/୨୫ : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦାଶରଥି ନଗର ଠାରେ ଏସ.ବଦ୍ରିନାରାୟଣ ପାତ୍ର ଓ ତାଙ୍କ ଧର୍ମ ପତ୍ନି ଏସ.ତନୁଜା ପାତ୍ରଙ୍କ ଦ୍ୱାରା ଶିରିଡି ସାଇବାବାଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୁମି ପୂଜନ ହୋଇଯାଇଛି। ମନ୍ଦିର ନିର୍ମାଣ ପାଇଁ ଭୁମି ପୂଜନ ପାଇଁ ବୈଦିକ ରିତିନିତି ଅନୁସାରେ ପୂଜାର୍ଚ୍ଚନା ଓ ହୋମ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳର ବହୁ ଶିରିଡି ସାଇବାବାଙ୍କ
ଭକ୍ତମାନଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ସାଇବାବାଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶିରିଡ଼ି ସାଇବାବାଙ୍କ ମନ୍ଦିର ନିର୍ମାଣ ହେବା ଆଶା ଉଜ୍ଜୀବିତ ହୋଇଥିବା ଦେଖି ସମସ୍ତ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here