ବୁଦ୍ଧଖୋଲ ମହୋତ୍ସବ ପାଇଁ ସ୍ୱତନ୍ତ୍ର ବସ ସେବା ।

0
18

ବୁଗୁଡା, ୮/୨/୨୫ : ଆଜିଠାରୁ ଅର୍ଥାତ ଫେବୃୟାରୀ ୮ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ବୁଦ୍ଧଖୋଲ ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ ପ୍ରକାରେ ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ପରାମର୍ଶ କ୍ରମେ ବୁଦ୍ଧଖୋଲ ମହୋତ୍ସବ ପାଇଁ ସ୍ୱତନ୍ତ୍ର ବସ ସେବା ଫେବୃଆରୀ ୮, ୯ ଓ ୧୦ ତାରିଖ ତିନିଦିନ ପାଇଁ ଅନୁଷ୍ଠିତ ହେବ। ବିଡ଼ିଓ ଶ୍ରୀ ପାତ୍ରଙ୍କ ପତ୍ର ପ୍ରକାରେ ତିନିଦିନ ପାଇଁ ୪ ଗୋଟି ବସ ବୁଗୁଡ଼ାରୁ ବୁଦ୍ଧଖୋଲକୁ ଯିବା ଆସିବା କରିବ।★ ଓଡ଼ି ୩୨ ଜେ ୮୭୬୮ ବସ ସନ୍ଧ୍ୟା ଘ ୫.୩୦ ମି ଓ ଘ ୬.୩୦ ମି ରେ ବୁଗୁଡ଼ାରୁ ଦୁଇ ଥର ବାହାରି ବୁଦ୍ଧଖୋଲ ଯିବ ଏବଂ ରାତ୍ର ଘ ୯.୩୦ ମି ଓ ଘ ୧୦.୩୦ ମି ରେ ବୁଦ୍ଧଖୋଲରୁ ବାହାରି ବୁଗୁଡାକୁ ଦୁଇଥର ଆସିବ।★ ଓଡ଼ି ୦୭ ଏଟି ୯୫୧୦ ବସ ସନ୍ଧ୍ୟା ଘ ୫.୪୫ ମି ଓ ଘ ୬.୪୫ମି ରେ ବୁଗୁଡ଼ାରୁ ବାହାରି ବୁଦ୍ଧଖୋଲ ଯିବ ଏବଂ ରାତ୍ର ଘ ୯.୪୫ ମି ଓ ଘ ୧୦.୪୫ ମି ରୁ ବାହାରି ବୁଗୁଡାକୁ ଦୁଇ ଥର ଆସିବ। ସେହିପରି ★ ଓଡ଼ି ୩୨ କେ ୧୮୯୮ ବସ ସାନ୍ଧ୍ୟ ଘ ୬ ଓ ଘ ୭ ରେ ବୁଗୁଡ଼ାରୁ ବାହାରି ବୁଦ୍ଧଖୋଲ ଯିବ ଏବଂ ଘ ୧୦ ଓ ଘ ୧୧ ରେ ବୁଦ୍ଧଖୋଲରୁ ବାହାରି ବୁଗୁଡା ଆସିବ। ଅନ୍ୟ ★ଓଡ଼ି ୦୭ ଏଟି ୯୫୬୫ ବସ ସନ୍ଧ୍ୟା ଘ ୬.୧୫ ମି ଓ ଘ ୭.୧୫ ମି ରେ ବୁଗୁଡ଼ାରୁ ବାହାରି ବୁଦ୍ଧଖୋଲ ଯିବ ଏବଂ ରାତ୍ର ଘ ୧୦.୧୫ମି ଓ ଘ ୧୧.୧୫ ମି ରେ ବୁଦ୍ଧଖୋଲରୁ ବାହାରି ବୁଗୁଡ଼ାରେ ପହଞ୍ଚିବ। ଯାତ୍ରୀମାନେ ନିର୍ଦ୍ଦିଷ୍ଟ ବସ ଖର୍ଚ୍ଚ ଦେଇ ଯିବା ଆସିବା କରିପାରିବେ।

LEAVE A REPLY

Please enter your comment!
Please enter your name here