ହଳଦିଆପଦର ଆକ୍ରମଣ ଘଟଣାରେ ୩ ଗିରଫ।ଆକ୍ରମଣ ରେ ଆହତ ଙ୍କୁ ବଡ଼ ମେଡ଼ିକାଲରେ ଭେଟିଲେ ମନ୍ତ୍ରୀ ବିଭୂତି ଜେନା

0
17

ବ୍ରହ୍ମପୁର,୦୯/୦୨/୨୦୨୫: ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଠାରେ ବିଜେପି କର୍ମୀ ସମେତ ୫ଜଣଙ୍କୁ ଆକ୍ରମଣ ଘଟଣାରେ ୩ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଆଜି ପୋଲିସ ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ହରିଜନ ସାହି ର ସୁବାଷ ଦାସ,କନିଷି ଭଗବତୀ ନଗର ର ଆଶିଷ ଦଳେଇ, ହଳଦିଆପଦର ଗ୍ରାମର ସଦାନନ୍ଦ ଦାସ ଙ୍କୁ ପୋଲିସ ଗିରଫ କରିଛି।ସେମାନଙ୍କ ଠାରୁ ଗୋଟିଏ ଜାଓ୍ବା ମୋଟର ସାଇକେଲ, ଗୋଟିଏ ୟାମାହା ମୋଟର ସାଇକେଲ ଜବତ କରାଯାଇଛି।ଅଭିଯୁକ୍ତ ସୁବାଷ ଦାସ ଏବଂ ଆଶିଷ ଦଳେଇ ନାମରେ ଗୋଳନ୍ଥରା ଥାନାରେ ଅନେକ ମାମଲା ରହିଥିବା ନେଇ ପୋଲିସ ସୁଚନା ଦେଇଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ପୂର୍ବରୁ ଅଭିଯୁକ୍ତ ମାନେ ହଳଦିଆପଦର ଠାରେ ଆତଙ୍କ ସୃଷ୍ଟି କରି ପାଞ୍ଚ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲେ।ଏହି ଘଟଣାରେ ଆହତ ତିନି ବିଜେପି କର୍ମୀଙ୍କ ସମେତ ଅନ୍ୟ ଦୁଇ ଜଣ ଆହତଙ୍କୁ ଆଜି ବ୍ରହ୍ମପୁର ବଡ଼ ମେଡିକାଲରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା ଭେଟିଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ଦୁଇ ଜଣ ଗୁରୁତରଙ୍କୁ ସ୍ଥାନାନ୍ତର କରାଯିବ ବୋଲିି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଗୁଣ୍ଡାରାଜକୁ ଦୃଢ଼ ହସ୍ତରେ ଦମନ କରାଯିବ ଏବଂ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲିି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଆଜି ତାଙ୍କ ସହିତ ବ୍ରହ୍ମପୁର ଏସପି ଡ଼.ଶର୍ବଣା ବିବେକ ଏମ୍,ବଡ଼ ମେଡ଼ିକାଲ ସୁପେରିଟେଣ୍ଡେଣ୍ଟ ଶ୍ରୀମତୀ ସୁଚିତ୍ରା ଦାସ,ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here