ବ୍ରହ୍ମପୁର ,୧୦/୦୨/୨୦୨୫:ଆଜି ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି।ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କୁକୁଡାଖଣ୍ଡି ସ୍ଥିତ କୁକୁଡାଖଣ୍ଡି ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା ଙ୍କ ଉପସ୍ଥିତ ରେ ଶୁଭାରମ୍ଭ ହୋଇଛି।
ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଭି.ସରୋଜିନୀ ଦେବୀ, ଶକ୍ତି କୁମାର ଡିଗାଲ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡାକ୍ତର ସୁମିତ ସାହୁ, ଏବିଇଓ ସିମାଞ୍ଚଳ କାର୍ଜି,ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସମେତ ସ୍ବାସ୍ଥ୍ୟ କର୍ମୀ,ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।