ବିକଶିତ ହେବ ମାରଦା ମନ୍ଦିର : ଗଞ୍ଜାମ ଜିଲ୍ଲାପାଳ

0
14

ପୋଲସରା, ୧୦/୨/୨୫ : ଆଠଗଡ଼ ମହାରାଜାଙ୍କ ସହଯୋଗରେ ପ୍ରାୟ ଅଢେଇ ବର୍ଷ ଜଗତର ନାଥ ଜଗନ୍ନାଥ ପୋଲସରା ବ୍ଳକର ମଥୁରା ଗ୍ରାମର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରରେ ଗୁପ୍ତରେ ରହି ପୂଜା ପାଉଥିଲେ। ମୁସଲମାନଙ୍କ ଆକ୍ରମଣର ଭୟ ଦୂର ହେବ ପରେ ପୁରୀ ଶ୍ରୀକ୍ଷେତ୍ରକୁ ଫେରିଥିଲେ। ଚତୁର୍ଦ୍ଧାମୂର୍ତ୍ତି ଶ୍ରୀକ୍ଷେତ୍ରକୁ ଫେରିବା ପରେ ମାରଦା ମନ୍ଦିରରେ ଠାକୁର ବସିଥିବା ତିନି ପିଢୀକୁ ପ୍ରତିଦିନ ପୂଜା କରାଯାଉଅଛି। ପ୍ରାୟ ୧୨ ବର୍ଷ ହେଲା ଶ୍ରୀମନ୍ଦିର ପ୍ରଶାସନ ଅନୁଦାନ ବନ୍ଦ କରିବା ଯୋଗୁଁ ପୂଜକମାନେ ନିଜସ୍ୱ ଚେଷ୍ଟାରେ ପୂଜା ବିଧି ପାଳନ କରୁଛନ୍ତି। ମନ୍ଦିରର ବିଦ୍ୟୁତ ମଧ୍ୟ କଟିଯାଇଥିଲା। ଏହି ବିଷୟ ନେଇ ମଥୁରା ଗ୍ରାମର ସମାଜସେବୀ ମଙ୍ଗୁଳୁ ସାହୁଙ୍କ ପ୍ରେରଣାରେ ବରିଷ୍ଠ ସାମ୍ବାଦିକ ଅନିଲ କୁମାର ମହାରଣା, ସାମ୍ବାଦିକ ରୋହିତ କୁମାର ପ୍ରଧାନ ଓ ସାମ୍ବାଦିକ ସ୍ୱରୂପ ସୁମନ ମହାରଣା ଓ ଅନ୍ୟାନ୍ୟ ସାମ୍ବାଦିକମାନେ ବିଭିନ୍ନ ଖବର କାଗଜରେ ମାରଦା ମନ୍ଦିରର ଅଭାବ ଅସୁବିଧା ବିଷୟ ନେଉ ଖବର ପ୍ରକାଶ କରି ସହଯୋଗ କରିଥିଲେ। ପ୍ରକାଶିତ ବିଭିନ୍ନ ଖବର କାଗଜର ବିଷୟକୁ ବରିଷ୍ଠ ସାମ୍ବାଦିକ ଅନିଲ କୁମାର ମହାରଣା, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମାନନୀୟ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ମାନନୀୟ ଶ୍ରମନ୍ଦିର ଶାସନ ସଚିବ ଅରବିନ୍ଦ ପାଢ଼ୀ, ମାନନୀୟ ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ଓ ମାନନୀୟା ତହସିଲଦାର ଦୀପ୍ତିମୟୀ ପାତ୍ରଙ୍କ ନିକଟକୁ ପଠାଇଥିଲେ। ପ୍ରଥମେ ଶ୍ରୀମନ୍ଦିର ଶାସନ ସଚିବ ଶ୍ରୀ ପାଢ଼ୀ ମାରଦା ମନ୍ଦିରର ପୂଜାର୍ଚ୍ଚନା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମେସେଜ ପଠାଇଥିଲେ। ଏହାପରେ ମାନନୀୟ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିକଟକୁ ଅନିଲ କୁମାର ମହାରଣା ମାରଦା ମନ୍ଦିରର ପୂଜାର୍ଚ୍ଚନା ଓ ମନ୍ଦିର ବିଦ୍ୟୁତ କାଟ ବିଷୟରେ ପତ୍ର ଲେଖିଥିଲେ। ମାନନୀୟ ଜିଲ୍ଲାପାଳ ଶ୍ରୀ ପରିଡା ନିଜେ ବରିଷ୍ଠ ସାମ୍ବାଦିକ ଅନିଲ କୁମାର ମହାରଣାଙ୍କ ନିକଟକୁ ଫୋନ କରି ପୂଜା ଓ ବିଦ୍ୟୁତ ସଂଯୋଗ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ରାଶିରେ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ବିକଶିତ ହୋଇପାରିବ ବୋଲି ମଧ୍ୟ ପ୍ରକାଶ କରିଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମୟରେ ମନ୍ଦିରକୁ ରାସ୍ତା, ବିଶ୍ରାମ ଗୃହ , ସଭା ଗୃହ ଓ ମନ୍ଦିର ନିକଟରେ କିଛିକାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ବିକଶିତ ଗାଁ, ବିକଶିତ ଓଡିଶା କାର୍ଯ୍ୟକ୍ରମରେ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ଉନ୍ନତି ପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ମଞ୍ଜୁରୀ କରିଥିବା ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଘୋଷଣା କରିଥିଲେ। ସେଥିପାଇଁ ଗଞ୍ଜାମ ଜିଲ୍ଲାପାଳ ମହୋଦୟ ମାରଦା ମନ୍ଦିରର ବିକାଶିତ ହେବବୋଲି ପ୍ରକାଶ କରିଥିଲେ। କବିସୂର୍ଯ୍ୟ ନଗର ସବ-ଡିଭିଜନ ପୂର୍ତ୍ତ ବିଭାଗ( ରାସ୍ତା ଓ ଗୃହ) ନିର୍ବାହୀ ଯନ୍ତ୍ରୀ ପୋଲସରା ମାରଦା ମନ୍ଦିର ନିକଟରେ ଥିବା ସରକାରୀ ଜମି ଚିହ୍ନଟ କରାଗଲେ ମନ୍ଦିରର ବିକାଶ ପାଇଁ ମାଷ୍ଟର ପ୍ଲାନ ତିଆରି କରାଯିବ ବୋଲି ଦର୍ଶାଇ ପୋଲସରା ତହସିଲଦାରଙ୍କୁ ପତ୍ର ଲେଖିଛନ୍ତି। ଏଥିରୁ ଜଣାପଡୁଛି ତହସିଲ ଅଫିସ ସରକାରୀ ଜମି ଚିହ୍ନଟ ପରେ ମାଷ୍ଟର ପ୍ଲାନ ତିଆରି ହୋଇ ଟେଣ୍ଡର କାର୍ଯ୍ୟ ଆରମ୍ଭ ହେବ। ପ୍ରଭୁ ଜଗନ୍ନାଥଙ୍କ ଅପାର କୃପାରୁ ତାଙ୍କର ଅଢେଇ ବର୍ଷର ଲୀଳା କ୍ଷେତ୍ର ଉନ୍ନତିର ଉଚ୍ଚ ସୋପାନରେ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here