ବୁଗୁଡା, ୧୧/୨/୨୫ : ବୁଗୁଡା ବ୍ଲକର ବି.କରଡ଼ାବାଡ଼ି ଗ୍ରାମର ସର୍ଦ୍ଦାର ଅନ୍ତର୍ଯ୍ୟାମୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଫେବୃୟାରୀ ୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସଂପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ସେବାନିବୃତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଶନ କୁମାର ସ୍ୱାଇଁ, ସମାଜସେବୀ ବଂଶୀଧର ନାୟକ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଜିଲ୍ଲା ପରିଷଦ ସଦସ୍ୟା ଚାନ୍ଦିନୀ ନାୟକ, ସରପଞ୍ଚ ଚାନ୍ଦିନୀ ଆଚାରୀ, ସମିତି ସଭ୍ୟା ପ୍ରିୟଙ୍କା ସେଠୀ, ସିଆରସିସି ଦେବଦତ୍ତ ମହାନ୍ତି, ଏସଏମସି ସଭାନେତ୍ରୀ ହରପ୍ରିୟା ପ୍ରଧାନ, ଉପସଭାପତି ଅଜିତ କୁମାର ଦାସ, ବିନାୟକ ପ୍ରଧାନ, ଅଜିତ ପଣ୍ଡା, ୟୁନିୟନ ବ୍ୟାଙ୍କ ଶାଖା ପରିଚାଳକ ନିହାର ରଞ୍ଜନ ପ୍ରଧାନ, ଖରିଡା ହାଇ ସ୍କୁଲ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ବିଦ୍ୟାଳୟ ପ୍ରତିଷ୍ଠା ବର୍ଷର ଛାତ୍ର ପୂର୍ବତନ ସରପଞ୍ଚ ଦେବରାଜ ବେହେରା, ହୃଦୟାନନ୍ଦ ପଟ୍ଟନାୟକ, ପ୍ରଭାକର ସାହୁ ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ଓ ଅତିଥି ବୃନ୍ଦ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।