ବୁଦ୍ଧଖୋଲ ମହୋତ୍ସବ ୨୦୨୫ ର ଶେଷ ସନ୍ଧ୍ୟା

0
12

ବୁଗୁଡ଼ା ୧୧/୦୨/୨୫ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ନିକଟ ଐତିହାସିକ ଶୈବପୀଠ ଓ ବିଶିଷ୍ଟ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ପାଦଦେଶରେ ତିନିଦିନ ଧରି ଚାଲିଥିବା ବୁଦ୍ଧଖୋଲ ମହୋତ୍ସବ ୨୦୨୫ ଫେବୃୟାରୀ ୧୦ ତାରିଖ ଦିନ ଉଦଯାପିତ ହୋଇଯାଇଛି। ପୋଲସରା ବିଧାୟକ ତଥା ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶେଷ ସନ୍ଧ୍ୟାର ମହୋତ୍ସବକୁ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ଏବଂ ସମ୍ମାନୀତ ଅତିଥି ଭାବେ ବିଜେପି ନାରୀନେତ୍ରୀ ଜୟନ୍ତୀ ପଢିଆରୀ, ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ, ଜିଲ୍ଲା ପରିଷଦ ସଭ୍ୟା ଚାନ୍ଦିନୀ ନାୟକ, ବିରଞ୍ଚିପୁର ସରପଞ୍ଚ ମନ୍ଦାକିନୀ ସେଠୀ, ସମିତି ସଭ୍ୟା ଅଳକା ନନ୍ଦ ଓ କାର୍ଯ୍ଯକାରୀ ସଭାପତି ଟି ସଞ୍ଜୀବ ପାତ୍ର, ଉପସଭାପତି ଗଙ୍ଗାଧର ନାୟକ, ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାସ, ସମ୍ପାଦକ ହରି କୃଷ୍ଣ ସାହୁ, ଯୁଗ୍ମ ସମ୍ପାଦକ କେଦାର ନାଥ ମହାରଣା, କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର, ସମୀକ୍ଷକ ଗଙ୍ଗାଧର ବିଷୋୟୀଙ୍କ ସମେତ ବହୁ ଅତିଥି ଯୋଗଦେଇଥିଲେ l ବୁଦ୍ଧଖୋଲ ରାଜ୍ୟର ଗୋଟିଏ ଐତିହାସିକ ପୀଠ ହୋଇଥିବା ବେଳେ ମହୋତ୍ସବ ଦ୍ୱାରା ପୀଠର ପ୍ରଚାର ପ୍ରସାର ହୋଇପାରିବ, ଓ ଏହାର ଗବେଷଣା ନିହାତି ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ବତ ମଧ୍ୟରେ ଖ୍ରୀଷ୍ଟପୂର୍ବ ୯ମ ଶତାବ୍ଦୀରୁ ପଞ୍ଚୁମହାଦେବ ମକରେଶ୍ୱର, ଗଙ୍ଗାଧରେଶ୍ୱର, ଜଗଦ୍ଦେଶ୍ବର, ସିଦ୍ଧେଶ୍ୱର ଓ ବୁଦ୍ଧେଶ୍ୱର ମନ୍ଦିର ଅବସ୍ଥିତି। ତୃତୀୟ ଶତାବ୍ଦୀର କଳିଙ୍ଗ ଯୁଦ୍ଧ ପରେ ଏଠାରେ ବୌଦ୍ଧ ଧର୍ମର ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲା । ତାର ପରବର୍ତ୍ତୀ ସମୟରେ ଜୈନଧର୍ମ ଏବଂ ବୈଷ୍ଣବ ଓ ଶୈବ ଆଧ୍ୟାତ୍ମିକ ପୂଜା ପଦ୍ଧତିର ଅଭ୍ୟୁଦୟ ଘଟିଥିଲା। ଏଭଳି ସାଂସ୍କୃତିକ ପରମ୍ପରାକୁ ଆଧାର କରି ଜନ୍ମ ନେଇଛି ବୁଦ୍ଧଖୋଲ ମହୋତ୍ସବ। ୨୦୧୫ରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆଜି ୧୦ ବର୍ଷରେ ପଦାର୍ପଣ କରିଛି। ଦୀର୍ଘ ୩ ଦିନ ଧରି ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ ସଫଳତା ପାଇଁ ଆୟୋଜକ ବନ୍ଧୁମାନଙ୍କୁ ସଭାପତି ତଥା ମନ୍ତ୍ରୀ ଶ୍ରୀ ମଲ୍ଲିକ ଧନ୍ୟବାଦ ଜଣାଇଥିଲେ। ବୁଗୁଡ଼ାର ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଡକ୍ଟର ସ୍ଥିତଧୀ ରଥ , ଆଇନଜୀବୀ ତଥା ପ୍ରକୃତିବନ୍ଧୁ ସାଇ ସନ୍ତୋଷୀନି ପ୍ରଧାନ ସମେତ ଅଞ୍ଚଳର ବହୁ ବ୍ଯକ୍ତି ବିଶେଷଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ମହୋତ୍ସବର ଶେଷ ସନ୍ଧ୍ୟା ରେ ଦର୍ଶକ ଙ୍କ ମନ ଜିଣିଛନ୍ତି ହାସ୍ୟ ଅଭିନେତା ଗୁଲୁଆ ଓ ବଲିଉଡ ର ଜଣାଶୁମା ଗାୟକ ସବାବ ସବ୍ରୀ ଓ ତାଙ୍କ ସାଥି ଗାୟିକା ସଙ୍ଗୀତା ଗର୍ଜନା l ସେମାନେ ଗାଇଥିବା ବଲିଉଡର ବହୁ ସୁପରହିଟ ଗୀତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କ ମନୋରଞ୍ଜନ କରିପାରିଥିଲା l ଅଞ୍ଚଳର କଳାକାର ମାନଙ୍କ ଦ୍ବାରା ଲୋକ ନୃତ୍ୟ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ପରିବେଷଣ କରାଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପିପୁଲ୍ସ କଲେଜ ଅଧ୍ୟାପକ ଆତ୍ମାପ୍ରକାଶ ନାୟକ ଓ ଗୁନ୍ ଗୁନ୍ ଚମତ୍କାର ଭାବେ ଉପସ୍ଥାପନ କରିଥିଲେ । ପରିଶେଷରେ ଆଇନଜୀବୀ ହରପ୍ରସାଦ ଦାସ ଧନ୍ୟବାଦ ଅପର୍ଣ କରିଥିଲେ। ତିନି ଦିନ ଧରି ମହୋତ୍ସବ କାର୍ଯ୍ୟକ୍ରମକୁ ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକ, ବୁଗୁଡ଼ା ପୋଲିସ ଥାନାଧିକାରୀ ସିତାଶୁଂ ଶେଖର ମାନ୍ଧାତା ଓ ଅନ୍ଯ ପୋଲିସ ସହକର୍ମୀ ଏବଂ ବୁଦ୍ଧଖୋଲ ସମିତିର ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିଲା। ବୁଦ୍ଧଖୋଲ ଉନ୍ନୟନ ସମିତିର ସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ସଭାପତି, ଏବଂ ବୁଗୁଡା ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ବୁଗୁଡା ଏନଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ , ବୁଗୁଡା ବିଡ଼ିଓ, ତହସିଲଦାର, ବନାଞ୍ଚଳ ଅଧିକାରୀ, ପୋଲିସ ଆଇଆଇସି, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ୪୩ ନଂ ଜିଲ୍ଲା ପରିଷଦ ସଦସ୍ୟ, ବିରଞ୍ଚିପୁର ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ସ୍ଥାୟୀ ଉପଦେଷ୍ଟା ଭାବେ ରହିଛନ୍ତି। ହେଲେ ଚଳିତ ୨୦୨୫ ମହୋତ୍ସବରେ ବୁଗୁଡା ଏନଏସି ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀଙ୍କ ନାମଙ୍କୁ ନିମନ୍ତ୍ରଣ କାର୍ଡରେ ସ୍ଥାନିତ କରାଯାଇନାହିଁ। ସେଥିପାଇଁ ବହୁ ବୁଦ୍ଧିଜୀବୀ ଏହାକୁ ସମାଲୋଚନା କରିଛନ୍ତି। ଆଉ ଜଣେ ସ୍ଥାୟୀ ଉପଦେଷ୍ଟା ଙ୍କ ନାମଙ୍କୁ ନିମନ୍ତ୍ରଣ କାର୍ଡରେ ରଖିବା ଉଚିତ ଥିଲା ବୋଲି ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here