Home ବ୍ରହ୍ମପୁର ସ୍ପେଶାଳ ତାକରଡା କ୍ଲଷ୍ଟରରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ତାକରଡା କ୍ଲଷ୍ଟରରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ

0
10

ବୁଗୁଡା , ୧୧/୨/୨୫ : ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତାକରଡା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ବିଷ୍ଣୁଚରଣ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତାକରଡ଼ା ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ, ମୁଖ୍ୟବକ୍ତାଭାବେ ତାକରଡ଼ା ସମିତି ସଭ୍ୟ ଜ୍ୟୋତି ନାଇକ, ସମ୍ମାନିତ ଅତିଥି ରୂପେ ତାକରଡ଼ା ଉଚ୍ଚ ବିଦ୍ୟାଳୟର ଏସଏମସି ସଭାନେତ୍ରୀ ଜିତାଶ୍ରୀ ନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ l ଏହି ଅବସରରେ ଏହି ମେଳାରେ ଅଂଶଗ୍ରହଣ କରିଥିବା ବିଦ୍ୟାଳୟର ଗାଇଡ଼ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ପ୍ରଣାମପତ୍ର ବଣ୍ଟନ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା l ତାକରଡ଼ା କ୍ଲଷ୍ଟର ସିଆରସିସି ଅନନ୍ତ କୁମାର ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପରିଶେଷରେ ଶିକ୍ଷକ ରାଜେନ୍ଦ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!