“ବିକଶିତ ଗାଁ, ବିକଶିତ ଓଡ଼ିଶା” ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶିକ୍ଷଣ ଶିବିର।

0
6

ବୁଗୁଡା , ୧୨/୨/୨୫ : ରାଜ୍ୟ ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନାର ସଫଳ ରୂପାୟନ ପାଇଁ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକର ଜିଲ୍ଲା ପରିଷଦ ମେମ୍ବର, ସମିତି ମେମ୍ବର ଓ ସରପଞ୍ଚ ବୃନ୍ଦଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଫେବୃୟାରୀ ୧୧ ତାରିଖ ଦିନ ବୁଗୁଡା ବ୍ଳକର ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ୪୨ ନଂ ଜିଲ୍ଲା ପରିଷଦ ମେମ୍ବର ଗଙ୍ଗପାଣି ଜେନା, ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ଜିପିଓ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ବୃନ୍ଦ ଯୋଗ ଦେଇଥିଲେ। ବିଡ଼ିଓ ଶ୍ରୀ ପାତ୍ର ଓ ସହକାରୀ ଯନ୍ତ୍ରୀ ଶ୍ରୀ ନାୟକ ” ବିକଶିତ ଗାଁ, ବିକଶିତ ଓଡିଶା” ଯୋଜନା ସଫଳତା ପାଇଁ ୫ ବର୍ଷୀୟା କାର୍ଯ୍ୟକ୍ରମ ବିଷୟରେ ବୁଝାଇ ଥିଲେ। ପାଞ୍ଚ ବର୍ଷ ପାଇଁ ଏହି ଯୋଜନାରେ ବାର୍ଷିକ ଏକ କୋଟି ଟଙ୍କା ହିସାବରେ ପାଞ୍ଚ କୋଟି ଟଙ୍କାର ଅର୍ଥ କିପରି ଖର୍ଚ୍ଚ କରାଯିବ ପଞ୍ଚାୟତ ଲୋକ ପ୍ରତିନିଧିମାନଙ୍କୁ ପ୍ରଞ୍ଜାଳ ଭାବେ ବୁଝାଯାଇଥିଲା।

LEAVE A REPLY

Please enter your comment!
Please enter your name here